Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଜାଣନ୍ତୁ, ଗ୍ୟାସ ହେବାର କାରଣ

    Share on :
    ajab-Image
    Date: Oct 6, 2022    Views: 2455

    ଭୁବନେଶ୍ୱର: ଆଜିକା ସମୟରେ ଅଧିକାଂଶ ଲୋକ ଖାଲି ପେଟରେ ଗ୍ୟାସ୍‌ ହୋଇଥିବାର ଅଭିଯୋଗ କରନ୍ତି, ଯାହାର ମୁଖ୍ୟ କାରଣ ହେଲା, ଖରାପ ଲାଇଫ୍‌ଷ୍ଟାଇଲ ଓ ଭୁଲ୍‌ ଖାଦ୍ୟାଭ୍ୟାସ। କହି ରଖୁଛୁ, ପେଟରେ ଗ୍ୟାସ୍‌ ହେବା ସମୟରେ କେବେ କେବେ ଅନ୍ୟାନ୍ୟ ଲକ୍ଷଣ ମଧ୍ୟ ନଜର ଆସିଥାଏ। ଏହି ଲକ୍ଷଣଗୁଡ଼ିକ ବିଷୟରେ ଜାଣିବା ନିହାତି ଜରୁରୀ। ଆଜି ଆମେ ଆପଣଙ୍କୁ କହିବୁ, ଖାଲି ପେଟରେ ଗ୍ୟାସ୍‌ ହେଲେ ଆଉ କେଉଁ କେଉଁ ଲକ୍ଷଣ ନଜର ଆସିପାରେ। ଆସନ୍ତୁ ଜାଣିବା ଏହା ବିଷୟରେ…

    ଖାଲି ପେଟରେ ଗ୍ୟାସ୍‌ ହେବାର ଲକ୍ଷଣ

    - ଯେତେବେଳେ ସକାଳୁ ଉଠି ବ୍ୟକ୍ତିକୁ ବାରମ୍ବାର ହାକୁଟି ଆସେ କିମ୍ବା ହାକୁଟି ଆସିବା ଭଳି ଅନୁଭବ ହୁଏ, ତା’ ହେଲେ ଜାଣି ନିଅନ୍ତୁ, ଆପଣଙ୍କ ପେଟରେ ଗ୍ୟାସ୍‌ ହୋଇଛି।

    - ପେଟରେ କ୍ରାମ୍ପସ୍‌ ହେବା ମଧ୍ୟ ଗ୍ୟାସ୍‌ ଲକ୍ଷଣ ମଧ୍ୟରୁ ଅନ୍ୟତମ। ଯଦି କୌଣସି ବ୍ୟକ୍ତି ସକାଳୁ ଉଠିବା ମାତ୍ରେ ପେଟରେ କ୍ରାମ୍ପସ୍‌ ହେବାର ଅନୁଭବ କରନ୍ତି, ତା’ ହେଲେ ଜାଣିନେବେ ଯେ ଖାଲି ପେଟରେ ଗ୍ୟାସ୍‌ ହୋଇଛି।

    - ଖାଲି ପେଟରେ ଗ୍ୟାସ୍‌ ହେବାର ଆଉ ଏକ ଲକ୍ଷଣ ହେଲା, ପେଟ ଫୁଲିବା। ଯଦି କୌଣସି ବ୍ୟକ୍ତି ସକାଳୁ ସକାଳୁ ନିଜ ପେଟ ଫୁଲିଥିବାର ଅନୁଭବ କରନ୍ତି, ତା’ ହେଲେ ବୁଝି ଯାଆନ୍ତୁ ଯେ ଖାଲି ପେଟରେ ତାଙ୍କର ଗ୍ୟାସ୍‌ ହୋଇଛି। ଏହି ସମସ୍ୟାକୁ କେବେ ବି ଅଣଦେଖା କରିବା ଉଚିତ୍‌ ନୁହେଁ।

    - ଯେତେ ବେଳେ କୌଣସି ବ୍ୟକ୍ତିଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବ, ତା’ ହେଲେ ଏହା ଖାଲି ପେଟରେ ଗ୍ୟାସ୍‌ ସୃଷ୍ଟି ହେବାର ଆଉ ଏକ ଲକ୍ଷଣ ହୋଇପାରେ।

    - ଯେତେ ବେଳେ କାହାକୁ ଗ୍ୟାସ୍‌ ହୋଇଥାଏ, ତ ତାଙ୍କୁ ଏହି କାରଣରୁ କବ୍‌ଜ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ। ଯଦି ସକାଳୁ ଉଠି ଆପଣଙ୍କ ପେଟ ଠିକ୍‌ ଭାବରେ ସଫା ହୋଇ ନାହିଁ, ତା’ ହେଲେ ଏହାର ଅର୍ଥ ହେଉଛି, ପେଟରେ ଗ୍ୟାସ୍‌ ସୃଷ୍ଟି ହୋଇଛି।

    Maximum 500 characters

    ବିଶେଷ View all

    Find Us on Facebook