Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୱାଟର ପ୍ଲାଣ୍ଟରେ କ୍ଲୋରିନ୍ ଗ୍ୟାସ୍ ଲିକ୍, ହସ୍ପିଟାଲରେ ୫୨ଜଣ ଭର୍ତ୍ତି

    Share on :
    ajab-Image
    Date: Aug 24, 2026    Views: 3209

    ନୂଆଦିଲ୍ଲୀ : ମହାରାଷ୍ଟ୍ରର ନାଗପୁରର ଗୋଧନି ଅଞ୍ଚଳରେ ବଡ଼ ଧରଣର ଦୁର୍ଘଟଣା । ଗୋଧନି ସ୍ଥିତ ୱାଟର ପ୍ଲାଣ୍ଟରେ କ୍ଲୋରିନ୍ ଗ୍ୟାସ୍ ଲିକ୍ । ନିଶ୍ୱାସ ନେବାରେ ସମସ୍ୟା ଯୋଗୁଁ ୫୨ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୬ ଗୁରୁତର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।
    ସୂଚନାନୁଯାୟୀ, ଗୋଧନି ସ୍ଥିତ ଏକ ଜଳ ବିଶୋଧନାଗାରରୁ ଭୋର୍ ସମୟରେ କ୍ଲୋରିନ୍ ଗ୍ୟାସ୍ ଲିକ୍ ହୋଇଛି। ଏହି ଜଳ ବିଶୋଧନ ପ୍ଲାଣ୍ଟ ଗୋଧନି ନଗର ପଞ୍ଚାୟତ ଦ୍ୱାରା ପରିଚାଳିତ । ଗ୍ୟାସ ଲିକ୍ ହେବା ପରେ, ଆଖପାଖରେ ଥିବା ଲୋକେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ୫୨ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୬ ଗୁରୁତର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।ପ୍ରଭାବିତ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ପ୍ଲାଣ୍ଟ୍ କର୍ମଚାରୀ ଅଛନ୍ତି । ସମସ୍ତ ପ୍ରଭାବିତଙ୍କୁ ଚିକିତ୍ସା ଲାଗି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ଏବଂ ନାଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଗ୍ୟାସ୍ ନିୟନ୍ତ୍ରଣ କରିବା ସହିତ, ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଆଖପାଖ ଅଞ୍ଚଳର ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଉଛି । ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକ ବର୍ତ୍ତମାନ ଗ୍ୟାସ ଲିକ୍ ର କାରଣ ନେଇ ତଦନ୍ତ କରୁଛନ୍ତି। ଏହି ଲିକ୍ ଯେପରି ନିକଟବର୍ତ୍ତୀ ଅନ୍ୟ ଅଞ୍ଚଳର ବାସିନ୍ଦାଙ୍କୁ ପ୍ରଭାବିତ ନକରେ ସେଥିପାଇଁ ମଧ୍ୟ ପ୍ରୟାସ କରାଯାଉଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook