Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗ୍ୟାସ୍ ଲିକ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି, ବାଂଶପାଳର ଆଉ ଜଣେ ଶ୍ରମିକ ମୃତ

    Share on :
    ajab-Image
    Date: Jun 26, 2026    Views: 2518

    ତେଲକୋଇ: ତାମିଲନାଡୁ ଆମୋନିଆ ଗ୍ୟାସ ଦୁର୍ଘଟଣା ଘଟଣାରେ ଦାଦନ ଶ୍ରମିକ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବତୀ ତଳରାଇଡ଼ିହା ଗାଁର ଦୀପାଞ୍ଜଳୀ ଜୁଆଙ୍ଗ। ଗ୍ୟାସ୍ ଟ୍ରାଜେଡ଼ି ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି।
    ପୂର୍ବରୁ ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟଥିଲା । ସେମାନେ ହେଲେ ରୀତା ଜୁଆଙ୍ଗ, ଶିବାନୀ ଜୁଆଙ୍ଗ, ଗୀତା ଜୁଆଙ୍ଗ, ରଙ୍ଗମାଟିଆର ଗୁମଣୀ ଓ ଜମିନୀ, ବାଂଶପାଳ କୋଡ଼ିପଶାର ଫୁଲମଣି ଓ ସଜନୀ, ତଳଚମ୍ପେଇୀ ଚମ୍ପାବତୀ ଏବଂ ହରିଚନ୍ଦନବୁର କନ୍ତଳାର ସୁବାସୀ ଜୁଆଙ୍ଗ।

    ବୁଧବାର ପ୍ରଶାସନ ପକ୍ଷରୁ ୫ ଜଣଙ୍କ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବା ପରେ ସତ୍କାର କରାଯାଇଥିଲା। ସେହିଦିନ ବିଳମ୍ବିତ ରାତିରେ ରଙ୍ଗମାଟିଆର ଜମିନୀ ଓ କୋଡ଼ିପଶାର ସଜନୀଙ୍କ ମୃତଦେହ ତାଙ୍କ ଗାଁରେ ପହଞ୍ଚିଥିଲା। ଗୁରୁବାର ସକାଳେ ଉଭୟଙ୍କର ଶବ ସତ୍କାର କରାଯାଇଛି। ଏହି ଘଟଣାରେ ଆହୁରି ଅନକେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସମସ୍ତ ମୃତକ ଆଦି ଜୁଆଙ୍ଗ ଜନଜାତିର ହୋଇଥିବାରୁ ସ୍ଥାୀୟ ଜୁଆଙ୍ଗ ଗାଁଗୁଡ଼ିକରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook