Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ୫୦୦ ସିଲିଣ୍ଡର ଜବତ

    Share on :
    ajab-Image
    Date: Apr 25, 2026    Views: 2630

    କଟକ: କଟକ ସଦରରେ ଚୋରା ଗ୍ୟାସର କଳା କାରବାର। ୫୦୦ ସିଲିଣ୍ଡର ଜବତ କଲା ସଦର ପୋଲିସ। ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ୱରେ ଖୁଲମ୍ ଖୁଲା ଚାଲିଥିଲା ଏହି ଚୋରା କାରବାର। ବ୍ରାହ୍ମଣ ଝରିଲୋରେ ଚାଲିଥିଲା ସନ୍ଦିଗ୍ଧ ଗୋଦାମ ଏବେ ଠାବ ହୋଇଛି ।

     ଖବର ପାଇ ସଦର ପୋଲିସ ଚଢ଼ାଉ କରି ଗୋଦାମ ସିଲ୍ କରିଛି। ଜବତ ସିଲିଣ୍ଡର ସରକାରୀ ଗୋଦାମଜୁ ଯିବ ବୋଲି ଜଣାପଡିଛି। ମାତ୍ର ଦୁଇ ଦିନ ତଳେ ଗଙ୍ଗେଶ୍ୱରରେ ମଧ୍ୟ ସଦର ପୋଲିସ ଚୋରା ସିଲିଣ୍ଡର ଜବତ କରିଥିଲା। ପୁଣି ଥରେ ସଦର ଥାନା ଅଞ୍ଚଳରେ ଚୋରା ଗ୍ୟାସ କାରବାର ଚିନ୍ତା ବଢ଼ାଇଛି। ତେବେ ଏହି ରାକେଟ ପଛରେ କିଏ ଓ କାହାର ହାତ ରହିଛି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି। 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook