ମୁଖ୍ୟ ଖବର
ଖଇରା : ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ ସାରଡାଙ୍ଗ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୩ ଜଣ ଆହତ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଛି। ସୂଚନାନୁଯାୟୀ, ମନୋରଞ୍ଜନ ପଣ୍ଡାଙ୍କ ସ୍ତ୍ରୀ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ତିନି ବଖରା ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି। ଏହି ଅଗ୍ନିକାଣ୍ଡରେ ତିନି ଜଣ ଆହତଙ୍କ ମଧ୍ୟରେ ଚନ୍ଦ୍ର ଶେଖର ପଣ୍ଡା, ମନୋରଞ୍ଜନ ପଣ୍ଡା ଓ ତାଙ୍କର ପୁଅ ବିସ୍ମିତ ଶେଖର ପଣ୍ଡା ରହିଛନ୍ତି। ସେମାନେଙ୍କ ମଧ୍ୟରେ ବିସ୍ମିତଙ୍କୁ ସିମୁଳିଆ ମେଡିକାଲରେ ଓ ମନୋରଞ୍ଜନଙ୍କୁ ଖଇରା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅଗ୍ନିକାଣ୍ଡରେ ବାଇକ, ସାଇକେଲ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଅଡା ଦମକଳ ବାହୀନୀ ଘଟଣାସ୍ଥଳରେ ପହଁଚି ୧ଘଣ୍ଟାରୁ ଅଧିକ ସମୟ ଧରି ନିଆଁକୁ ଆୟତ୍ତ କରିଥିଲେ।
Comments ସମସ୍ତ ମତାମତ