Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପେଟ୍ରୋଲ ପମ୍ପ୍‌ରେ ମିଳିଲା ୫ କେଜି ଟାଙ୍କି

    Share on :
    ajab-Image
    Date: Apr 12, 2026    Views: 2650

    ଭୁବନେଶ୍ୱର:  ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ମିଳିଲା ୫ କେଜି ଗ୍ୟାସ । ଗତ ବୁଧବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କରିଥିବା ଘୋଷଣା ମୁତାବକ ଯେ କୌଣସି ଲୋକ ନିଜର ପରିଚୟ ପତ୍ର ଦେଖାଇ ୧୫୭୩ ଟଙ୍କା ଦେଇ ଏହି ସିଲିଣ୍ଡର ନେଇପାରିବେ ।
    ବର୍ତ୍ତମାନ ଇଣ୍ଡିଆନ ଅଏଲର ସମସ୍ତ ପେଟ୍ରୋଲ ପମ୍ପରେ ଏହା ଉପଲବ୍ଧ ଅଛି । ସହରରେ ରହୁଥିବା ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ପାଇଁ ଏହା ବେଶ ସହାୟକ ହେବ । ଏଥିସହ ୫୯୩ ଟଙ୍କା ଦେଇ ପୁନର୍ବାର ରିଫିଲ୍ କରିପାରିବେ । ତେବେ ସିଲିଣ୍ଡର ନ ମିଳିବା କାରଣରୁ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ୁଥିବା ବେଳେ ଶ୍ରମିକମାନେ ରାଜଧାନୀ ଛାଡ଼ି ପଶ୍ଚିମବଙ୍ଗକୁ ଫେରି ଯାଇଥିଲେ । ଏବେ ଏହି ସିଲିଣ୍ଡର ମିଳିବା ଯୋଗୁଁ ସେମାନେ ଉପକୃତ ହୋଇପାରିବେ ।

    Maximum 500 characters

    ତାଜା ଖବର View all

    Find Us on Facebook