Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବଢ଼ିଲା ବାଣିଜ୍ୟିକ ଏଲ୍‌ପିଜି ଦର

    Share on :
    ajab-Image
    Date: Apr 1, 2026    Views: 3147

    ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଘନଘଟା ମଧ୍ୟରେ ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି କରାଯାଇଛି। ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୯୪, ମୁମ୍ବାଇରେ ୧୯୬, ଚେନ୍ନାଇରେ ୨୦୩ ଏବଂ କୋଲକାତାରେ ୨୧୮ ଟଙ୍କା ବୃଦ୍ଧି ପାଇବ। ପୂର୍ବରୁ ମାର୍ଚ୍ଚ ୭ ତାରିଖରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୧୫ ଟଙ୍କା ବୃଦ୍ଧି କରାଯାଇଥିଲା।

    ଆଜିଠାରୁ ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡର ୧୮୮୪.୫୦ ଟଙ୍କା ପରିବର୍ତ୍ତେ ୨୦୭୮.୫୦ ଟଙ୍କାରେ ଉପଲବ୍ଧ ହେବ। କୋଲକାତାରେ ଏହି ସିଲିଣ୍ଡର ୧୯୯୦ ଟଙ୍କା ପରିବର୍ତ୍ତେ ୨୨୦୮ ଟଙ୍କାରେ ଉପଲବ୍ଧ ହେବ। ମୁମ୍ବାଇରେ ଏହା ୧୮୩୫ ଟଙ୍କା ପରିବର୍ତ୍ତେ ୨୦୩୧ ଟଙ୍କାରେ ଉପଲବ୍ଧ ହେବ। ଚେନ୍ନାଇରେ ଏହା ୨୦୪୩.୫୦ ଟଙ୍କା ପରିବର୍ତ୍ତେ ୨୨୪୬.୫୦ ଟଙ୍କାରେ ଉପଲବ୍ଧ ହେବ। ଏହା ବ୍ୟତୀତ ଲକ୍ଷ୍ନୌରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨୨୦୧ ଟଙ୍କା, ପାଟନାରେ ୨୩୬୫ ଟଙ୍କା, ଜୟପୁରରେ ୨୦୩୧ ଟଙ୍କା, ବେଙ୍ଗାଲୁରୁରେ ୨୧୬୧ ଟଙ୍କା ଏବଂ ହାଇଦ୍ରାବାଦରେ ୨୩୨୧ ଟଙ୍କା ଏବଂ ଭୁବନେଶ୍ୱରରେ ୧୯ କେଜି ଏଲପିଜି ଦର ୨୧୭୩ ଟଙ୍କାରେ ଉପଲବ୍ଧ ହେବ।


    ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ପକେଟ ଏବଂ ଜୀବିକା ଉଭୟ ଉପରେ ଗଭୀର ପ୍ରଭାବ ପକାଇବ। ହୋଟେଲ, ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ୍ ଷ୍ଟଲ୍ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ଉଦ୍ଦେଶ୍ୟରେ ସିଲିଣ୍ଡର ଅଧିକ ମହଙ୍ଗା ହେବ।  ଯାହା ଲୋକଙ୍କ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବ। ବିଶେଷକରି ଛୋଟ ବ୍ୟବସାୟ କ୍ଷତି ସହିବେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook