Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆପଣଙ୍କ ତ୍ବଚାର ସୈାନ୍ଦର୍ୟ୍ୟ ବଢ଼ାଇବ ରସୁଣ: ଜାଣନ୍ତୁ କିପରି

    Share on :
    ajab-Image
    Date: Sep 19, 2023    Views: 2501

    ରୋଷେଇ ଘରେ ସବୁଠୁ ସାଧାରଣ ଜିନିଷ ହେଉଛି ରସୁଣ ଯାହା କେବଳ ଖାଦ୍ୟର ସ୍ବାଦ ବଢ଼ାଇନଥାଏ ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏହା ଆପଣଙ୍କ ମୁହଁର ସୈାନ୍ଦର୍ୟ୍ୟ ବଢ଼ାଇବା ପାଇଁ ମଧ୍ୟ କାମରେ ଆସିଥାଏ। ଜାଣନ୍ତୁ କିପରି

    ୧.ଯଦି ଆପଣଙ୍କ ମୁହଁରେ ବ୍ରଣ ହୋଇଛି ତେବେ ରସୁଣ ଆପଣଙ୍କ କାମରେ ଆସିବ। ରସୁଣକୁ ଘଷି ଏହାର ରସକୁ ବ୍ରଣରେ ଲଗାନ୍ତୁ। ୫ମିନିଟ୍ ପରେ ମୁହଁକୁ ଧୋଇଦିଅନ୍ତୁ। ଏହା ପରେ ଆପଣଙ୍କୁ ଫରକ ନଜର ଆସିବ।

     
    ୨.ଯଦି ଆପଣଙ୍କ ମୁହଁରେ ନାଲି ଦାଗ ରହିଛି ତେବେ ରସୁଣର କିଛି କୋଲାରେ ଟମାଟୋ ମିଶାଇ ତାର ପେଷ୍ଟ ବନାଇ ନିଅନ୍ତୁ। ଏହି ପେଷ୍ଟକୁ  ସେହି ସ୍ଥାନରେ ଲଗାଇ ଦିଅନ୍ତୁ। ୧୦ମିନିଟ ପରେ ମୁହଁକୁ ଧୋଇଦିଅନ୍ତୁ। ଏହା ପରେ ମୁହଁ ପରିଷ୍କାର ଦେଖାଯିବ।

    ୩.ଶରୀରରେ ଷ୍ଟ୍ରେଚ୍ ମାର୍କ ଥିଲେ ଭଲ ଲାଗେ ନାହିଁ। ଏଥିପାଇଁ ରସୁଣର ଜୁସକୁ ଅଲିଭ ତେଲ ସହ ମିଶାଇ ଗରମ କରିନିଅନ୍ତୁ। ଟିକେ ଥଣ୍ଡା ହେବା ପରେ ଏହାକୁ ଷ୍ଟ୍ରେଚ୍ ମାର୍କରେ ମସାଜ୍ କରନ୍ତୁ। କିଛି ଦିନ ଏପରି କଲେ ଷ୍ଟ୍ରେଚ୍ ମାର୍କ ଦୂର ହୋଇଯିବ।

    ୪.ଜଣ ଜଣଙ୍କ ଆଣ୍ଠୁ ଏବଂ କହୁଣୀ ପାଖରେ କୁଣ୍ଡିଆ ହୋଇ ଘା ହୋଇଯାଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ରସୁଣକୁ ମାଲିସ୍ କରନ୍ତୁ। ତୁରନ୍ତ ଉପଶମ ମିଳିବ।

    ୫. ଏହା ଚର୍ମକୁଞ୍ଚନକୁ ଦୂର କରିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ମହୁ ଏବଂ ଲେମ୍ବୁ ସହ ରସୁଣ ଖାଇପାରିବେ। ଏହା ଖାଇବା ଦ୍ବାରା ଚର୍ମକୁଞ୍ଚନ ଦୂର ହୋଇଥାଏ ଏବଂ ବୟସ ଆଧିକ୍ୟ ଯୋଗୁଁ ଦେଖାଯାଉଥିବା ଚର୍ମ ସମସ୍ୟାରୁ ମୁକ୍ତି ମିଳିବ। ପ୍ରତିଦିନ ସକାଳୁ ଉଠି ଆପଣ ଏହା କରିପାରିବେ।

    Maximum 500 characters

    ବିଶେଷ View all

    Find Us on Facebook