ମୁଖ୍ୟ ଖବର
ମଥୁରା: ପୋଲିସ ଘରୁ ଚୋରି ହେଲା ଗଞ୍ଜେଇ । ଚୋର କୌଣସି ମଣିଷ ନୁହେଁ ବରଂ ଚୋର ସାଜିଛି ମୂଷା । ପୋଲିସକୁ ହଟହଟା କରିଲା ମୂଷା । ପୁଲିସ୍ ହେପାଜତରେ ଥିବା ପ୍ରାୟ ୫୮୧ କେଜି ଗଞ୍ଜେଇକୁ ମୂଷା ଖାଇ ସାରିଥିବା ବେଳେ ପୁଲିସ୍ ହାତ ଏବେ ଖାଲି। କୋର୍ଟରେ ମୂଷା ନାଁ ନେଇ ପୁଲିସ୍ ନିଜ ଅସହାୟତା ପ୍ରକାଶ କରିଥିବା ବେଳେ ଏହାର ପ୍ରମାଣ ମାଗିଛନ୍ତି କୋର୍ଟ। ଏପରି ଅଜବ ଘଟଣା ଉତ୍ତରପ୍ରଦେଶର ମଥୁରାରେ ଘଟିଛି।
ସୂଚନା ଅନୁଯାୟୀ, ମଥୁରା ଅଞ୍ଚଳର ଶେରଗଡ ଏବଂ ହାଇୱେ ପୁଲିସ୍ ଷ୍ଟେଶନ ଅଧୀନରୁ ୨ଟି ମାମଲାରେ ପ୍ରାୟ ୫୮୧କେଜି ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଅଧିକ ହେବ ବୋଲି ଜଣାଯାଇଛି। ଉକ୍ତ ଗଞ୍ଜେଇକୁ ମଥୁରା ପୁଲିସ୍ ଷ୍ଟେଶନ ଗୋଦାମରେ ରଖାଯାଇଥିଲା। କୋର୍ଟରେ ଏନେଇ ଜବତ ଗଞ୍ଜେଇର ସାମ୍ପଲ ବି ପ୍ରଡ୍ୟୁସ କରାଯାଇଥିଲା।
Comments ସମସ୍ତ ମତାମତ