Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବିରାଟଙ୍କ ଆଟିଚୁଡ ନେଇ ବିସ୍ଫୋରକ ବୟାନ ଦେଲେ ଗାଙ୍ଗୁଲି

    Share on :
    ajab-Image
    Date: Dec 19, 2021    Views: 5191

    ମୁମ୍ବାଇ: ଚଳିତ ବିଶ୍ବ କପ୍ ପୂର୍ବରୁ ବିରାଟ କୋହଲି ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିବା ପରଠୁ ନାନା ବିବାଦ ସୃଷ୍ଟି ହୋଇଛି ଟିମ୍ ଇଣ୍ଡିଆରେ । ଏହା ସାଙ୍ଗକୁ ବିଶ୍ବକପରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ଈଉଉଓ ନଜଣାଇ ଅଧିନାୟକ ପଦରୁ ହଟାଇଥିବା କୋହଲିଙ୍କ ମନ୍ତବ୍ୟ ଟିମ୍ ମେମ୍ବର ଏବଂ ଖେଳାଳିଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ନାନା ପ୍ରଶ୍ନ ସୃଷ୍ଟି କରିଛି ।
    ଏହାରି ମଧ୍ୟରେ ଆଉ ଏକ ବିସ୍ଫୋରକ ବୟାନ ଦେଇଛନ୍ତି BCCI ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ବିରାଟ କୋହଲିଙ୍କ ଆଟିଚୁଡ(ମନୋଭାବ) ମୋତେ ବହୁତ ଭଲଲାଗେ, ହେଲେ ସମସ୍ତଙ୍କ ସହ ତାଙ୍କର ଝଗଡା ଲାଗିରହିଥିବାକୁ ନିରାଶ ହୋଇଥିବା ଗାଙ୍ଗୁଲି କହିଛନ୍ତି ।ବିରାଟ କୋହଲିଙ୍କୁ ନ ଜଣାଇ ଅଧିନାୟକ ପଦରୁ ହଟାଇବାର ଅଭିଯୋଗର ଜବାବରେ ଗାଙ୍ଗୁଲି କହିଛନ୍ତି ଯେ, ବ୍ୟକ୍ତିଗତ ଭାବେ ବିରାଟଙ୍କୁ T-20 ଅଧିନାୟକ ପଦ ନ ଛାଡିବାକୁ ପରାମର୍ଶ ଦେଇଥିଲି । ହେଲେ ସେ BCCI ର କୌଣସି ସଦସ୍ୟଙ୍କ ସହ ଆଲୋଚନା କରିବାକୁ ମନାକରି ଦେଇଥିଲେ । ତେବେ ଗୁରୁଗାଓଁର ଏକ କାର୍ୟ୍ୟକ୍ରମରେ ଗାଙ୍ଗୁଲିଙ୍କୁ ପଚରାଯାଇଥିବା କେଉଁ ଖେଳାଳିଙ୍କ ମନୋଭାବ ତାଙ୍କୁ ଅଧିକ ଭଲ ଲାଗେ ପ୍ରଶ୍ନର ଜବାବରେ ସେ ଏପରି କହିଛନ୍ତି । 
    ତେବେ ବିବାଦ ମଧ୍ୟରେ ବିରାଟ କୋହଲି ଏବଂ ତାଙ୍କ ଟେଷ୍ଟ ଦଳ ଗତ ଗୁରୁବାର ଦକ୍ଷିଣ ଆଫ୍ରିକା ଗସ୍ତ କରିଛନ୍ତି । ଡିସେମ୍ବର ୨୬ ରୁ କୋହଲି ୩ ଟି ମ୍ୟାଚ୍ ବିଶିଷ୍ଟ ଏକ ସିରିଜରେ ଟେଷ୍ଟ ଦଳର ନେତୃତ୍ୱ ନେବେ ଏବଂ ଆଘାତ କାରଣରୁ ମ୍ୟାଚରେ ରୋହିତ ଶର୍ମା ଯୋଗଦେବେ ନାହିଁ । ସେ ଦିନିକିଆ ମ୍ୟାଚରୁ ଦଳରେ ରହିବେ ଏବଂ ଅଧିନାୟକ ପଦ ସମ୍ଭାଳିବେ ।

    Maximum 500 characters

    ଖେଳ ଖବର View all

    Find Us on Facebook