ମୁଖ୍ୟ ଖବର
ଭୁବନେଶ୍ୱର: ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ। ନିଦର୍ବନ୍ଦ୍ବରେ ସଭାପତି ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ। ବିଜେଡି ସାଂଗଠନିକ ନିର୍ବାଚନରେ ନବୀନ ନିର୍ବାଚିତ ହୋଇଛନ୍ତି। ତେବେ ବିଜେଡି ସାଂଗଠନିକ ନିର୍ବାଚନ ପରେ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, ନବୀନ ବାବୁଙ୍କ ଉପରେ ପୂର୍ଣ୍ଣ ଆସ୍ଥା ରହିଛି। ଦଳର ଭବିଷ୍ୟତକୁ ନବୀନ ବାବୁ ସୁଦୃଢ଼ କରିବେ। ସେ ଅନୁଭବୀ, ଦୃଢ଼ତାର ସହ ନିଷ୍ପତ୍ତି ନେବେ ବୋଲିବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି।
ବିଜେଡି ସଭାପତି ଭାବେ ନବୀନଙ୍କ ନାମ ଶନିବାର ବିଧିବଦ୍ଧ ଭାବେ ଘୋଷଣା ହୋଇଛି। କାରଣ ଦଳରୁ ନବୀନଙ୍କ ବ୍ୟତୀତ ଆଉ କେହି ଏହିି ପଦ ଲାଗି ନାମାଙ୍କନପତ୍ର ଦାଖଲ କରି ନ ଥିଲେ। ପୂର୍ବରୁ ମଧ୍ୟ ୧୯ରେ ନବୀନ ସଭାପତି ଭାବେ ୯ମ ଥର ଲାଗି ଦାୟିତ୍ୱ ନେବେ ବୋଲି ଦଳ ଭିତରେ ଚର୍ଚ୍ଚା ହେଉଥିଲା। ଅନ୍ୟପଟେ ଦଳର ରାଜ୍ୟ ପରିଷଦ ବୈଠକ ଶଙ୍ଖ ଭବନଠାରେ ଶନିବାର ଅନୁଷ୍ଠିତ ହୋଇଛି। ଏଥିରେ ଦଳର ବହୁ ବରିଷ୍ଠ ନେତାମାନେ ଯୋଗଦେଇଥିଲେ।
Comments ସମସ୍ତ ମତାମତ