Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ମୂଷା କିପରି ହେଲା ଗଣେଶଙ୍କ ବାହାନ

    Share on :
    ajab-Image
    Date: Sep 13, 2023    Views: 2485

     ଭୁବନେଶ୍ୱର : ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ଭାବେ ପୂଜା କରାଯାଇଥାଏ  । ଚଳିତ ବର୍ଷ ଗଣେଜ ପୂଜା ଅଗଷ୍ଟ ୨୨ ତାରିଖ ପାଳନ ହେଉଛି  । ଏଠାରେ ମନରେ ପ୍ରଶ୍ନ ଉଠେ ବିଶାଳକାୟ ପ୍ରଭୁ ଗଣେଶଙ୍କ ବାହନ କିପରି ମୂଷା ହେଲା  । ଅନ୍ୟ ଦେବତାଙ୍କ ପାଖରେ ବଡ଼ ବଡ଼ ବାହନ ରହିଥିବା ବେଳେ ଅଗ୍ରପୂଜା କରାଯାଉଥିବା ଭଗବାନ ଗଣେଶଙ୍କ ବାହନ ମୂଷା କ’ଣ ପାଇଁ  ।

    ପୌରାଣିକ କଥା ବସ୍ତୁ ଅନୁଯାୟୀ, ଅଧା ଦେବତା ଓ ଅଧା ରାକ୍ଷସ ପ୍ରବୃତିର ଥିଲା କ୍ରୋଞ୍ଚ  । ଥରେ ଭଗବନ ଇନ୍ଦ୍ର ନିଜ ସଭାରେ ସମସ୍ତ ମୁନି ଋଷିଙ୍କୁ ଆମନ୍ତ୍ରଣ କରିଥିଲେ  । ଉକ୍ତ ସଭାରେ କ୍ରୋଞ୍ଚକୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା  । ଭୁଲରେ କ୍ରୋଞ୍ଚର ପାଦ ଜଣେ ମୁନିଙ୍କ ପାଦ ଉପରେ ରହିଯାଇଥିଲା  । ଏଥିରେ ରାଗିଯାଇ ମୁନି ଜଣଙ୍କ କ୍ରୋଞ୍ଚକୁ ମୂଷା ହୋଇଯିବାର ଅଭିଶାପ ଦେଇଦେଲେ  । ଏଥିପାଇଁ କ୍ରୋଞ୍ଚମୁନିଙ୍କୁ ଭୁଲ ମାଗିଲେ କିନ୍ତୁ ମୁନି ଜଣଙ୍କ ନିଜର ଅଭିଶାପ ଫେରାଇ ନେଇପାରିବେ ନାହିଁ ବୋଲି କହିଥିଲେ  । କହିଲେ ଭବଷ୍ୟତରେ ଭଗବାନ ଶିବଙ୍କ ପୁତ୍ର ଶ୍ରୀଗଣେଶଙ୍କ ବାହନ ହେବ  । ପରେ ଉକ୍ତ ମୂଷା ଜଙ୍ଗଲରେ ଆତଙ୍କ ସୃଷ୍ଟି କରିବାକୁ ଲାଗିଲା  । ଗୋଟିଏ ଦିନ ମହର୍ଷି ପରାସର ପ୍ରଭୁ ଗଣେଶଙ୍କ ଧ୍ୟାନ କରୁଥିବା ସମୟରେ କ୍ରୋଞ୍ଚ ମହର୍ଷି ଆଶ୍ରମରେ ଆତଙ୍କ ସୃଷ୍ଟି କରିଥିଲେ  । ଆଶ୍ରମର ଅନ୍ୟ ଋଷିମାନେ ମୂଷାକୁ ଘୋଡ଼ାଇବାକୁ ବହୁତ ଚେଷ୍ଟା କଲେ  । ହେଲେ ସଫଳ ହେଲେ ନାହିଁ  । ଅନ୍ୟ ଉପାୟ ନପାଇ ଶେଷରେ ଋଷିଗଣ ଭଗବାନ ଶିବଙ୍କ ପାଖକୁ ଯାଇ ସମସ୍ତ ବିଷୟରେ ଜଣାଇଲେ  । ଉକ୍ତ ମୂଷାକୁ ଧରିବା ପାଇଁ ଭଗବାନ ଶିବ ଗଣେଶଙ୍କୁ ପଠାଇଲେ  । ଗଣେଶ ମୂଷାକୁ ଧରିବା ପାଇଁ ଏକ ରଶି ପକାଇଲେ  । ଉକ୍ତ ରଶି ମୂଷା ପଛରେ ଯାଇ ତାକୁ ପାତାଳରୁ ଧରି ଆଣିଲା  । ଗଣେଶ ମୂଷାକୁ ଏମିତି ଉପଦ୍ରବ କରିବାର କାରଣ ପଚାରିଲେ  । ହେଲେ ମୂଷାଟି ରାଗି ଯାଇ କୌଣସି ଉତ୍ତର ଦେଲେ ନାହିଁ  । ତେଣୁ ଗଣେଶ ମୂଷାକୁ କହିଲେ ଏବେ ତମେ ମୋ ଆଶ୍ରୟରେ ରହିଛ, ମହର୍ଷି ପରାସରଙ୍କୁ ହଇରାଣ କରିବା ବନ୍ଦ କରିଦିଅ  । ମୋଠୁ ଯଦି କିଛି ଚାହୁଁଛ କହୁ  । କିନ୍ତୁ ମୂଷା ଅତ୍ୟନ୍ତ ଅହଂକାର ସହ କହିଲେ ମୋତେ କିଛି ଦରକାର ନାହିଁ ଯଦି ଆପଣଙ୍କର କିଛି ଦରକାର ଅଛି ମୋତେ କହିପାରିବେ  । ମୂଷାର ଅହଂକାରକୁ ଦେଖି ଗଣେଶ କହିଲେ ମୁଁ ଥିରେ ତୁର ସବାରି କରିବାକୁ ଚାହୁଁଛି  । ମୂଷା ଗଣେଶଙ୍କ କଥା ମାନି ତାଙ୍କର ବାହନ ହେବାକୁ ରାଜି ହୋଇଗଲେ  । କିନ୍ତୁ ଯେମିତି ଗଣେଶ ଉକ୍ତ ମୂଷା ଉପରେ ବସିଲେ ସେ ଗଣେଶଙ୍କ ସ୍ଥୂଳ ଶରୀରରେ ଦବି ଗଲେ  । ମୂଷା ବହୁତ ଚେଷ୍ଟା କଲା ପରେ ବି ଗୋଟିଏ ପାଦ ଆଗକୁ ଚାଲିପାରିଲେ ନାହିଁ  ।  ଶେଷରେ ମୂଷାର ଅହଂକାର ଭାଙ୍ଗିଗଲା ସେ କହିଲା ଗଣପତି ବାବା ମୋତେ କ୍ଷମା କରି ଦିଅ ଆପଣଙ୍କ ଓଜନରେ ମୁଁ ଦବି ଗଲିଣି  । ଗଣେଶ ମୂଷାର କ୍ଷମାକୁ ସ୍ୱିକାର କରି ନିଜର ଓଜନ କମ୍ କଲେ  । ଏପରି ମୂଷା ଗଣେଶଙ୍କ ବାହନ ହୋଇଗଲେ  ।

    Maximum 500 characters

    ବିଶେଷ View all

    Find Us on Facebook