Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆଜି ଘରେ ଘରେ ଶୁଭିବ ଗଣପତି ବାପ୍ପା ମୋରିଆ

    Share on :
    ajab-Image
    Date: Sep 14, 2026    Views: 2559

    ଆଜି ଘରେ ଘରେ ଶୁଭିବ ଗଣପତି ବାପ୍ପା ମୋରିଆ ! ଭକ୍ତିରେ ଭରିଯିବ ଘରଠୁ ମଣ୍ଡପ । କାରଣ ଆଜି ପବିତ୍ର ଗଣେଶ ଚତୁର୍ଥୀ। ବିଘ୍ନହର୍ତ୍ତାଙ୍କୁ ଘରକୁ ଆଣିବା ପାଇଁ ଭକ୍ତମାନେ ପ୍ରସ୍ତୁତ। ତେବେ ବାପ୍ପାଙ୍କ ପ୍ରତିଷ୍ଠା କେଉଁ ସମୟରେ କରିବେ? କେଉଁ ଦିଗରେ ରଖିବେ ଗଣେଶ ମୂର୍ତ୍ତି? ଜାଣନ୍ତୁ ୨୦୨୬ ଗଣେଶ ଚତୁର୍ଥୀର ଶୁଭ ମୁହୂର୍ତ୍ତ ଓ ପୂଜା ବିଧି।
    ଭାଦ୍ରପଦ ମାସର ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ ପବିତ୍ର ଗଣେଶ ଚତୁର୍ଥୀ। ବିଘ୍ନହର୍ତ୍ତା ଓ ବୁଦ୍ଧିଦାତା ଭଗବାନ ଗଣେଶଙ୍କ ଆରାଧନା ପାଇଁ ଏହି ଦିନଟିର ବିଶେଷ ମହତ୍ତ୍ୱ ରହିଛି ।୨୦୨୬ ମସିହାରେ ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୧୪, ସୋମବାର ଦିନ ପାଳନ କରାଯାଉଛି।ଏହି ଅବସରରେ ଭକ୍ତମାନେ ଘରେ ଗଣପତିଙ୍କ ମୂର୍ତ୍ତି ପ୍ରତିଷ୍ଠା କରି ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରନ୍ତି। ପଞ୍ଜିକା ଅନୁସାରେ, ଗଣେଶ ଚତୁର୍ଥୀ ଦିନ ଗଣପତି ପ୍ରତିଷ୍ଠା ଓ ପୂଜା ପାଇଁସକାଳ ୧୧ଟା ୦୨ ମିନିଟ୍ରୁ ଅପରାହ୍ନ ୧ଟା ୩୧ ମିନିଟ୍ ପର୍ଯ୍ୟନ୍ତଶୁଭ ସମୟ ରହିଛି। ଏହି ଅବଧି ମଧ୍ୟରେ ଭକ୍ତମାନେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରି ବିଧିବିଧାନ ଅନୁସାରେ ପୂଜା କରିପାରିବେ। ଗଣପତି ସ୍ଥାପନ କରିବା ପୂର୍ବରୁ ପୂଜାସ୍ଥଳକୁ ଭଲ ଭାବରେ ସଫା କରନ୍ତୁ। ପରମ୍ପରା ଅନୁସାରେ ଘରରଉତ୍ତର-ପୂର୍ବ କୋଣରେ ପୂଜା ପାଇଁ ଏକ ପରିଷ୍କାର ମଞ୍ଚ ପ୍ରସ୍ତୁତ କରନ୍ତୁ । ମଞ୍ଚ ଉପରେ ଲାଲ କିମ୍ବା ହଳଦିଆ କପଡ଼ା ବିଛାଇ ତା’ ଉପରେ ଚାଉଳ ରଖି ଗଣେଶଙ୍କ ପାଇଁ ଆସ୍ଥାନ ପ୍ରସ୍ତୁତ କରନ୍ତୁ। ମୂର୍ତ୍ତି ସ୍ଥାପନ ସମୟରେ ପୂଜାସ୍ଥଳ ପରିଷ୍କାର ଓ ଶାନ୍ତ ରଖିବା ଉଚିତ। ଗୃହସ୍ଥଙ୍କ ପୂଜା ପାଇଁ ପରମ୍ପରାଗତ ଭାବେବାମପଟକୁ ଶୁଣ୍ଢ ଥିବା ଗଣେଶ ମୂର୍ତ୍ତିକୁ ଶୁଭ ମନେ କରାଯାଏ। ମୂର୍ତ୍ତିରେ ମୂଷକ ଥିବାକୁ ମଧ୍ୟ ପରମ୍ପରାରେ ବିଶେଷ ମହତ୍ତ୍ୱ ଦିଆଯାଏ।

    ଗଣପତି ପ୍ରତିଷ୍ଠା ପରେ ପୂଜା ଆରମ୍ଭ କରନ୍ତୁ। ପୂଜା ସମୟରେ ପାଣି, ଅକ୍ଷତ, ଫୁଲ ଆଦି ହାତରେ ନେଇ ସଂକଳ୍ପ କରାଯାଏ। ଏହା ପରେ“ଓଁ ଗଂ ଗଣପତୟେ ନମଃ”ମନ୍ତ୍ର ଜପ କରି ପୂଜା ଆରମ୍ଭ କରନ୍ତୁ। ଭଗବାନ ଗଣେଶଙ୍କୁ ଦୁର୍ବା ଅର୍ପଣ କରିବାର ପରମ୍ପରା ରହିଛି। ଏହା ସହିତ ଲାଲ ଚନ୍ଦନ, ପବିତ୍ର ସୂତା, ଫୁଲ ଓ ନୂତନ ବସ୍ତ୍ର ଅର୍ପଣ କରାଯାଇପାରେ। ଧୂପ ଓ ଦୀପ ପ୍ରଜ୍ୱଳିତ କରି ଭଗବାନ ଗଣେଶଙ୍କ ଆରତୀ କରନ୍ତୁ। ପରେ ଗଣପତିଙ୍କୁମୋଦକ ଓ ଲଡୁଭୋଗ ଲଗାନ୍ତୁ ।

    ଗଣେଶ ପ୍ରତିଷ୍ଠା ପରେ ବାପ୍ପା ଘରେ ବିରାଜମାନ ଥିବା ପର୍ଯ୍ୟନ୍ତ ନିୟମିତ ଭାବେ ସକାଳ ଓ ସନ୍ଧ୍ୟାରେ ପୂଜା ଏବଂ ଆରତୀ କରିବାର ପରମ୍ପରା ରହିଛି। ପୂଜାସ୍ଥଳ ସହିତ ସମଗ୍ର ଘରକୁ ପରିଷ୍କାର ରଖିବା ଉଚିତ। ଏହି ସମୟରେ ଭକ୍ତମାନେ ଶ୍ରଦ୍ଧା, ସଂଯମ ଓ ସକାରାତ୍ମକ ମନୋଭାବ ସହିତ ଗଣପତିଙ୍କ ଆରାଧନା କରନ୍ତି। କାହା ପ୍ରତି ଖରାପ ଭାବନା ନ ରଖିବା, ସଦାଚାର ପାଳନ କରିବା ଓ ଭକ୍ତିର ସହିତ ପୂଜା କରିବାକୁ ଧାର୍ମିକ ପରମ୍ପରାରେ ଗୁରୁତ୍ୱ ଦିଆଯାଏ।

    ଭକ୍ତମାନଙ୍କ ବିଶ୍ୱାସ ଅନୁସାରେ, ନିଷ୍ଠା ଓ ଭକ୍ତିର ସହିତ ବିଘ୍ନହର୍ତ୍ତା ଗଣେଶଙ୍କ ପୂଜା କଲେ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଏ।ଗଣପତି ବାପ୍ପା ମୋରିଆ !

    Maximum 500 characters

    ବିଶେଷ View all

    Find Us on Facebook