Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପ୍ରତିଦିନ ଏସ୍ପିଜି ନିୟମ ଭାଙ୍ଗୁଥିଲେ ଗାନ୍ଧି ପରିବାର!

    Share on :
    ajab-Image
    Date: Nov 9, 2019    Views: 586

    ଗାନ୍ଧି ପରିବାର ଏସ୍ପିଜିର ସ୍ୱାଭାବିକ ପରିଚାଳନାରେ ବାଧା ସୃଷ୍ଟି କରୁଥିଲେ ଏବଂ ପ୍ରାୟ ପ୍ରତିଦିନ ନିୟମ ଭାଙ୍ଗୁଥିଲେ ବୋଲି ଏସ୍ପିଜିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ୨୦୧୫ରୁ ଏଯାବତ୍ ରାହୁଲ ଗାନ୍ଧି ୧୮୯୨ ଥର ଏସ୍ପିଜିର ବୁଲେଟ ପ୍ରୁଫ୍ ଗାଡ଼ି ବ୍ୟବହାର କରିନଥିଲେ । ୨୦୦୫ରୁ ୨୦୧୪ ମଧ୍ୟରେ ସେ ଦେଶ ଭିତରେ ୧୮ଟି ଗସ୍ତ ସମୟରେ ଗୁଳି ପ୍ରତିରୋଧକ ନଥିବା ଯାନ ବ୍ୟବହାର କରିଛନ୍ତି ଏବଂ ଦିଲ୍ଲୀ ବାହାରକୁ ଗସ୍ତ ସମୟରେ ମଧ୍ୟ ଅନେକ ଧର ନିୟମ ଉଲ୍ଲଂଘନ କରିଛନ୍ତି ବୋଲି ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ୧୯୯୧ରୁ ସେ କରିଥିବା ୧୫୬ଟି ବିଦେଶ ଗସ୍ତରୁ ୧୪୩ଟି ଗସ୍ତରେ ଏସ୍ପିଜି ଅଫିସରଙ୍କୁ ନେଇନାହାନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ୨୦୧୫ରୁ ୨୦୧୯ ମଧ୍ୟରେ ଦିଲ୍ଲୀରେ ଯାତ୍ରା କରିବା ସମୟରେ ୫୦ ଟି କାର୍ଯ୍ୟକ୍ରମରେ ଏସ୍ପିଜି ଯାନ ବ୍ୟବହାର କରିନାହାନ୍ତି । ୨୦୧୫ଠାରୁ ସେ ୨୪ଟି ବିଦେଶ ଗସ୍ତରେ ମଧ୍ୟ ଏସ୍ପିଜି ଅଫିସରଙ୍କୁ ନେଇନାହାନ୍ତି । କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ମଧ୍ୟ ଦିଲ୍ଲୀରେ ୩୩୯ ଥର ଏସ୍ପିଜି ଅନୁମୋଦିତ ଗାଡ଼ି ବ୍ୟବହାର କରିନାହାନ୍ତି ଏବଂ ଦିଲ୍ଲୀ ବାହାରେ ୬୪ ଥର ଏସ୍ପିଜି ଗାଡ଼ି ବ୍ୟବହାର କରିନାହାନ୍ତି ।

    Maximum 500 characters

    ବିଶେଷ View all

    Find Us on Facebook