Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଇସ୍କନ ଉପରେ ବର୍ଷିଲେ ଗଜପତି ମହାରାଜା

    Share on :
    ajab-Image
    Date: Dec 22, 2025    Views: 3634

    ପୁରୀ : ତେଜିଲା ଅଦିନିଆ ରଥଯାତ୍ରା ବିବାଦ। ଇସ୍କନ ଉପରେ ବର୍ଷିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ସଂସ୍କୃତିର ଅପପ୍ରଚାର କରୁଛି ଇସ୍କନ । କୂଅକୁ ପ୍ରଥମେ ପରିଷ୍କାର କରି ଏଥିରେ ଭଲପାଣି ପୂରାଇଲେ ତାହାର ଗୁଣବତ୍ତା ରହିବ । ଠିକ୍‌ ସେହିପରି ଶ୍ରୀଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ରୋକିବାକୁ ପଡ଼ିବ । 
    ଗଜପତି କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଅଦିନିଆ ରଥଯାତ୍ରା ହେଉଛି ଏକ ନମ୍ବର ଅପପ୍ରଚାର । ଅଦିନିଆ ରଥଯାତ୍ରା ଏକ ଭୟଙ୍କର ବ୍ୟତିକ୍ରମ । ଏବେ ଆଚାର୍ୟ୍ୟ ଓ ଭକ୍ତମାନେ ମତ ଦେବାର ସମୟ ଆସିଛି । ଯଦି ଆଚାର୍ୟ୍ୟ ଓ ଭକ୍ତମାନେ ଚୁପ୍‌ ରହିବେ, ଇସ୍କନ ମନଇଚ୍ଛା ଅଦିନିଆ ରଥଯାତ୍ରା କରିବ । ଇସ୍କନଠାରୁ ଦେଖି ସମସ୍ତେ ଅଦିନିଆ ରଥଯାତ୍ରା କରୁଛନ୍ତି । ଇସ୍କନର ଏଭଳି ନିଷ୍ପତ୍ତିକୁ ଆମେ ମାନିବୁ ନାହିଁ ବୋଲି କହିଛନ୍ତି ଗଜପତି ମହାରାଜା । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଇସ୍କନ ସହ ଆଲୋଚନା ଉଦ୍ୟମ ବିଫଳ ହେଲା । ଭାରତ ବାହାରେ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ କେହିନାହାନ୍ତି । ଆମର ଓଡ଼ିଆ ଭାଇମାନେ ଅଦିନିଆ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଚାନ୍ଦା ଦେଉଛନ୍ତି । ଆଗକୁ ଅଦିନିଆ ରଥଯାତ୍ରା ଏକ ପରମ୍ପରାରେ ପରିଣତ ହୋଇଯିବ । ଶାସ୍ତ୍ର ମତ ଅନୁଯାୟୀ ରଥଯାତ୍ରା ପାଳନ ହେବା ଉଚିତ । ଅଦିନିଆ ରଥଯାତ୍ରା ଓ ଜଗନ୍ନାଥ ଧାମକୁ ନେଇ ବ୍ୟତିକ୍ରମ ହେଉଛି । ପୁରୀ ଶରଧାବାଲି ପାର୍ଶ୍ୱ ରାଧାବଲ୍ଲଭ ମଠ ଠାରେ ଅନୁଷ୍ଠିତ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ କାର୍ୟ୍ୟକ୍ରମରେ ଗଜପତି ମହାରାଜା ଯୋଗଦେଇ ଏହି ମତ ରଖିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook