Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ‘ଗଦର ୨’ ଉପରେ ପ୍ରେମ ବର୍ଷା

    Share on :
    ajab-Image
    Date: Aug 17, 2023    Views: 2779

    ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ସନି ଦେଓଲଙ୍କ ‘ଗଦର ୨’ ବକ୍ସ ଅଫିସ୍‌ରେ ଏବେ ସୁଦ୍ଧା ୨୫୦ କୋଟି ଟଙ୍କାର ବେପାର କରି ସାରିଲାଣି। ସନିଙ୍କ ଏହି ଫିଲ୍ମଟି ବୁଧବାର ଦିନ ଭାରତରେ ୩୪.୫୦ କୋଟି ଟଙ୍କାର ବେପାର କରିଛି। ସମୁଦାୟ କଲେକ୍ସନ ମିଶି ଏବେ ସୁଦ୍ଧା ଫିଲ୍ମର ରୋଜଗାର ୨୬୩.୪୮ କୋଟି ଟଙ୍କା ହୋଇଗଲାଣି। ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ପ୍ରଥମ ଦିନରେ ୪୦ କୋଟି ଟଙ୍କାର ବେପାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ​। ଦ୍ୱିତୀୟ ଦିନରେ ଫିଲ୍ମ ୪୩ କୋଟି ଟଙ୍କା ରୋଜଗାର କରିଥିଲା ​। ତୃତୀୟ ଦିନ ଅର୍ଥାତ୍ ରବିବାର ଦିନ, ଫିଲ୍ମ ୫୦ କୋଟି ଟଙ୍କାର ବେପାର କରିଥିଲା ସନି ଦେଓଲଙ୍କ ‘ଗଦର ୨’ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ୨୨ ବର୍ଷ ପୂର୍ବର ‘ଗଦର’ ପରି, ଏଥର ମଧ୍ୟ ଲୋକମାନେ ସନିଙ୍କ ‘ଗଦର ୨’ ଉପରେ ପ୍ରେମ ବର୍ଷା କରୁଛନ୍ତି।

    Maximum 500 characters

    ସିନେମା View all

    Find Us on Facebook