Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଫଳରୁ ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ

    Share on :
    ajab-Image
    Date: Apr 25, 2026    Views: 3063

    ଖାଦ୍ୟ ଓ ପାନୀୟରେ ଅସାବଧାନତା ଅନେକ ସମୟରେ ମହଙ୍ଗା ପଡ଼ିପାରେ। ନିକଟରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଫଳ ଓ ପନିପରିବା ଉପରେ ଷ୍ଟିକର୍‌ ଲଗାଇବାକୁ ନେଇ ଏକ ଚେତାବନୀ ଜାରି କରିଛନ୍ତି। କହିଛନ୍ତି ଯେ, ଏହି ଷ୍ଟିକର୍‌ଗୁଡ଼ିକର ପଛପଟେ ବ୍ୟବହୃତ ଅଠାଜାତୀୟ ପଦାର୍ଥ ଖାଦ୍ୟ ଉପଯୋଗୀ ନୁହେଁ, ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

    ଆମେ ପ୍ରାୟତଃ ଫଳ ତଥା ପନିପରିବା କିଣିବା ସମୟରେ ସେଥିରେ ଲାଗିଥିବା ଷ୍ଟିକର୍‌ଗୁଡ଼ିକୁ ଅଣଦେଖା କରିଦେଉ। ତେବେ ଏହି ଛୋଟ ଭୁଲ୍‌ ସମସ୍ୟା ସୃଷ୍ଟି କରିପାରେ। ବିଶେଷଜ୍ଞଙ୍କ ମତରେ, ଷ୍ଟିକର୍‌ଗୁଡ଼ିକରେ ବ୍ୟବହୃତ ଗ୍ଲୁ, କାଳି ଓ ଅନ୍ୟ ରାସାୟନିକ ପଦାର୍ଥ ଶରୀର ପାଇଁ ନିରାପଦ ନୁହେଁ। ତେଣୁ ଖାଇବା ପୂର୍ବରୁ ସେଗୁଡ଼ିକୁ ବାହାର କରିବା ଦରକାର। ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଯଦି ଭୁଲ୍‌ବଶତଃ ଏଥିରୁ ଛୋଟ ଖଣ୍ଡଟିଏ ଶରୀର ଭିତରକୁ ଯାଏ, ତେବେ ବିରାଟ କ୍ଷତି କରିପାରେ। ଏହାଦ୍ବାରା ପେଟ ଖରାପ, ସାମାନ୍ୟ ବାନ୍ତି କିମ୍ବା ପାଚନ ସମସ୍ୟା ଦେଖାଦେଇପାରେ। କେତେକ ସମୟରେ ଶ୍ୱାସରୁଦ୍ଧର ଆଶଙ୍କା ବି ବଢ଼ାଇପାରେ। ତେଣୁ ସତର୍କତା ଅବଲମ୍ବନ କରିବା ଭଲ।
    ଏହି ବିପଦ ଏଡ଼ାଇବାର ସବୁଠାରୁ ସହଜ ଉପାୟ ହେଉଛି, ଖାଇବା ପୂର୍ବରୁ ଫଳ ଓ ପନିପରିବାକୁ ଭଲ ଭାବେ ଧୋଇ ତା’ ଉପରେ ଲାଗିଥିବା ଷ୍ଟିକର୍‌ଗୁଡ଼ିକୁ କାଢ଼ିଦେବା। ଉଷୁମ ପାଣିରେ ଅଳ୍ପ ପରିମାଣର କ୍ଲୋରିନ୍‌ ମିଶାଇ ତାହାକୁ ସଫା କରାଯାଇପାରିବ। ତେବେ ସାବୁନ କିମ୍ବା କୌଣସି ରାସାୟନିକ କ୍ଲିନର୍ ବ୍ୟବହାର କରିବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥାଏ।

    Maximum 500 characters

    ବିଶେଷ View all

    Find Us on Facebook