Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଏହି ସବୁ ସାମଗ୍ରୀକୁ ଫ୍ରିଜରେ ରଖିବା ଅନୁଚିତ

    Share on :
    ajab-Image
    Date: Feb 4, 2021    Views: 7754

    ଖାଦ୍ୟ ସାମଗ୍ରୀକୁ ଅଧିକ ସମୟ ସତେଜ ରଖିବା ପାଇଁ ସମସ୍ତେ ଫ୍ରିଜ୍ ବ୍ୟବହାର କରିଥାନ୍ତି । ଫୁଡ୍ ଷ୍ଟାଣ୍ଡାର୍ଡ ଏଜେନ୍ସି ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ଫ୍ରିଜରେ ରଖାଯାଇଥିବା ଆଳୁକୁ ଯେତେବେଳେ ବେକ୍ କିମ୍ବା ଫ୍ରାଇ କରାଯାଏ ଆଳୁରେ ଥିବା ସୁଗର ଏମିନୋ ଏସିଡ୍ ଏସ୍ପରେଗିନ ସହିତ ମିଶିଯାଏ ଯାହା ଫଳରେ ଏକ୍ରିଲାମାଇଡ୍ ନାମକ କେମିକାଲ ଉତ୍ପନ ହେବାକୁ ଲାଗିଥାଏ ।

    ଯେତେବେଳେ ଆଳୁକୁ ଫ୍ରିଜରେ ରଖାଯାଏ ଫ୍ରିଜରେ ଥଣ୍ଡା ତାପମାତ୍ରା ଆଳୁରେ ଥିବା ଷ୍ଟାର୍ଚକୁ ସୁଗରରେ ପରିବର୍ତ୍ତନ କରିଦେଇଥାଏ । ଏହି ସୁଗାର ଆଗକୁ ପୁଣି ପ୍ରତିକ୍ରିୟା ହୋଇ ଏକ ବିପଜ୍ଜନକ କେମିକାଲରେ ପରିବର୍ତ୍ତନ ହୋଇଯାଏ ଯାହା ଫଳରେ ଅନେକ ପ୍ରକାର କ୍ୟାନ୍ସର ହେବାର ସମ୍ଭାବନା ରହିଥାଏ ।

    ଆଳୁରେ ଥିବା ଏକ୍ରିଲାମାଇଡ କେମିକାଲକୁ ପେପର ତିଆରି, ପ୍ଲାଷ୍ଟିକ୍ ପ୍ରସ୍ତୁତ ଓ ଡ୍ରେସକୁ ଡାଇ କରିବା ପାଇଁ ବ୍ୟବହାର କରାଯାଇଥାଏ  । ଅଧ୍ୟୟନ ଅନୁସାରେ ଉଚ୍ଚ ତାପମାତ୍ରାରେ ପ୍ରସ୍ତୁତ ହୋଇଥିବା ଷ୍ଟାର୍ଚ ବିଶିଷ୍ଟ ଖାଦ୍ୟ ପଦାର୍ଥ ସେବନ କ୍ୟାନ୍ସରର କାରଣ ହୋଇପାରେ ।

    ସେହିଭଳି ମାର୍କେଟରୁ ଆଣିଥିବା ଟମାଟୋକୁ ମଧ୍ୟ ଫ୍ରିଜରେ ରଖନ୍ତୁ ନାହିଁ । ହେରାଲ୍ଡ ମେକଗିର ଅନ୍ ଫୁଡ୍ ଏଣ୍ଡ କୁକିଂ ଅନୁସାରେ ଟମାଟୋକୁ ଫ୍ରିଜରେ ରଖିବା ଫଳରେ ଭିତରର ଝିଲ୍ଲୀ ଛିଣ୍ଡିଆଯାଏ ଏବଂ ଏହି କାରଣରୁ ଟମାଟୋ ଖୁବ ଶୀଘ୍ର ନଷ୍ଟ ହେବାରେ ଲାଗେ । ବ୍ରେଡ ଏବଂ ମହୁକୁ ମଧ୍ୟ ଫ୍ରିଜରେ ରଖିବା ଉଚିତ୍ ନୁହେଁ ।

    Maximum 500 characters

    ଘରକରଣ View all

    Find Us on Facebook