Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶାର ଏହି ୬ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ସ୍ୱତନ୍ତ୍ର ଲଫାଫା

    Share on :
    ajab-Image
    Date: Oct 14, 2021    Views: 3447


    ଭୁବନେଶ୍ୱର : ଇତିହାସ ପୃଷ୍ଠାରେ ଅନାଲୋଚିତ ଓଡ଼ିଶାର ୬ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ଡାକ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡ଼ାକ ଲଫାଫା ପ୍ରସ୍ତୁତ କରାଯାଇଛି । ଏହି ମହାନ ସ୍ୱାଧୀନତା ସଂଗ୍ରାମୀଗଣ ହେଲେ ସହିଦ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ଚକରା ବିଷୋୟୀ, ଚାଖି ଖୁଂଟିଆ, ବାଜି ରାଉତ ଓ ପାର୍ବତି ଗିରି । ଆଜାଦୀ କା ଅମୃତ ମହୋତ୍ସବ ଓ ଡାକ ଟିକଟ ଦିବସ ସମାରୋହ ଉପଲକ୍ଷେ ନୂଆଦିଲ୍ଲୀର ଡାକ ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଏହାକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ବ୍ରିଟିସ୍ ବିରୋଧରେ ମହାନ ଯୋଦ୍ଧା ଜୟୀ ରାଜଗୁରୁଙ୍କ ସଂଗ୍ରାମ, ପାଇକ ବିଦ୍ରୋହରେ ବକ୍ସି ଜଗବନ୍ଧୁଙ୍କ ବଳିଷ୍ଠ ନେତୃତ୍ୱ, ଘୁମୁଷର ପାଇଁ ଆପ୍ରାଣ ଚେଷ୍ଟା କରିଥିବା ଜନଜାତି ଜନନାୟକ ଚକରା ବିଷୋୟୀ, ସିପାହୀ ବିଦ୍ରୋହରେ ଚାଖି ଖୁଣ୍ଟିଆଙ୍କ ଭୂମିକା, ସହିଦ ବାଜି ରାଉତଙ୍କ ସାହସ ଓ ପାର୍ବତି ଗିରିଙ୍କ ଦେଶସେବାର ଇଚ୍ଛାଶକ୍ତି ସର୍ବଦା ପ୍ରେରଣା ହୋଇ ରହିବ ।

    ଭାରତର ସ୍ୱତନ୍ତ୍ରତା ସଂଗ୍ରାମରେ ଓଡ଼ିଶାର ଏହି ବୀର ଯୋଦ୍ଧାଗଣ ଯେଉଁ ତ୍ୟାଗ, ତପସ୍ୟା, ସାହସ ତଥା ବଳିଦାନ ଦେଖାଇଛନ୍ତି ତାହା ଅବିସ୍ମରଣୀୟ  । ମାତ୍ର ସମସ୍ତ ଦେଶଭକ୍ତିପୂର୍ଣ୍ଣ କାର୍ଯ୍ୟ କିମ୍ବା ନିଃସ୍ୱାର୍ଥ ବଳିଦାନ ଇତିହାସରେ ଲିପିବଦ୍ଧ ହୋଇନାହିଁ । ଆଗାମୀ ଦିନରେ ଓଡ଼ିଶାର ମହାନାୟକଙ୍କ ତ୍ୟାଗ ତଥା ବଳିଦାନକୁ ଶତାବ୍ଦୀ ଶତାବ୍ଦୀ ଧରି ଉଜ୍ଜୀବିତ କରି ରଖିବାର ଆବଶ୍ୟକତା ରହିଛି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook