Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍‌ ସେବା

    Share on :
    ajab-Image
    Date: Jun 12, 2026    Views: 2856

    ଭୁବନେଶ୍ଵର : ଆସନ୍ତା ଜୁନ ୨୧ ରେ ନିଟ୍ (ୟୁଜି) ୨୦୨୬ ପୁନଃପରୀକ୍ଷା ହେବ। ପରୀକ୍ଷାର୍ଥୀମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ସହାୟତାମୂଳକ ପଦକ୍ଷେପ ନେଇଛନ୍ତି। ପରୀକ୍ଷାର୍ଥୀମାନେ ରାଜ୍ୟରେ ଚଳାଚଳ କରୁଥିବା ସରକାରୀ ବସ୍‌ରେ  ମାଗଣାରେ ଯାତ୍ରା କରିପାରିବେ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗୁରୁବାର ନିର୍ଦେଶ ଜାରି କରାଯାଇଛି।ପରୀକ୍ଷାର୍ଥୀମାନେ କେବଳ ନିଜର ବୈଧ ନିଟ୍ ଆଡମିଟ୍ କାର୍ଡ ଦେଖାଇ ଓଏସଆରଟିସି ବସ୍‌ରେ  ମାଗଣାରେ ଯାତ୍ରା କରିପାରିବେ। ଏହି ବ୍ୟବସ୍ଥାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି), ରାଜ୍ୟ ପରିବହନ ପ୍ରାଧିକରଣ , ଜିଲ୍ଲା ପ୍ରଶାସନ, କ୍ରୁଟ୍ ଓ ଉଚ୍ଚଶିକ୍ଷା ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।NTA ଦ୍ୱାରା ୨୧ ଜୁନରେ ଆୟୋଜିତ ହେବାକୁ ଥିବା ନିଟ୍‌ (ୟୁଜି) ପୁନଃପରୀକ୍ଷା ରାଜ୍ୟର ୧୩୪ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ପ୍ରାୟ ୫୬ ହଜାର ୯୮୩ ଜଣ ପରୀକ୍ଷାର୍ଥୀ ଏଥିରେ ଅଂଶଗ୍ରହଣ କରିବେ। ଗ୍ରୀଷ୍ମ ପ୍ରବାହ ଜନିତ ଅସୁବିଧାକୁ ଦୃଷ୍ଟିରେ ରଖିବା ସହ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ସହାୟତା ଏବଂ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସହଜରେ ପହଞ୍ଚିବା ପାଇଁ ଏହି ମାଗଣା ଯାତ୍ରା ସୁବିଧା ଯୋଗାଇ ଦିଆଯାଇଛି।ଏହାସହ ଏହି ବ୍ୟବସ୍ଥାର ଦୈନିକ ଅଗ୍ରଗତି ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବାକୁ କୁହାଯାଇଛି। ବିଭାଗ ଏହି ନିର୍ଦ୍ଦେଶକୁ ‘ସର୍ବାଧିକ ଜରୁରୀ’ ଭାବେ ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନ୍ବୟନ ପାଇଁ ସମ୍ପୃକ୍ତ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଜାରି କରିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook