Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୁଣି ୩ ଶିକାରୀ ଅଟକ, ୫ବନ୍ଧୁକ ଜବତ

    Share on :
    ajab-Image
    Date: May 26, 2023    Views: 3554

    ବାରିପଦା: ଶିକାରୀଙ୍କ ଗୁଳିରେ ଫରେଷ୍ଟଗାର୍ଡଙ୍କ ମୃତ୍ୟୁ ଘଟଣା । ପୁଲିସର କୋମ୍ବିଂ ଅପରେସନରେ ଆଉ ୩ ଶିକାରୀ ଧରାପଡିଛନ୍ତି । ସେମାନଙ୍କୁ ଗୁପ୍ତ ସ୍ଥାନରେ ରଖି ପଚରାଉଚୁରା ଜାରି ରହିଛି । ୩ ଜଣଙ୍କ ପାଖରୁ ଆଉ ୫ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଗୁରୁବାର ରାତିରେ ପୁଲିସର ସ୍ବତନ୍ତ୍ର ଟିମ୍ ଶିମିଳିପାଳ ନିକଟ ଗାଁରେ ଅପରେସନ ଚଳାଇବା ବେଳେ ଏହି ସଫଳତା ମିଳିଛି ।
    ପ୍ରକାଶ ଥାଉକି, ଗତ ୨୨ ତାରିଖରେ ଶିକାରୀଙ୍କ ଗୁଳିରେ ବନରକ୍ଷୀ ବିମଳ ଜେନାଙ୍କର ମୃତ୍ୟୁ ହେବା ପରେ ଏହି ଅପରେସନ ଜାରି ରହିଛି । ଏହି ଘଟଣାକୁ ମିଶାଇ ପୁଲିସ ମୋଟ ୬ଶିକାରୀଙ୍କୁ ଧରିବା ସହିତ ୧୦ଟି ଦେଶୀ ବନ୍ଧୁକ ଜବତ କରିଲାଣି ।

    ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଓ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ସୀମାନ୍ତ ଅଞ୍ଚଳ ନଅଣା ରେଞ୍ଜ ବାଉଁଶଖାଳ ବିଟ ଅଞ୍ଚଳରେ ଏହି ଘଟଣା ସୋମବାର ଅପରାହ୍ନରେ ଘଟିଛି। ଅଭୟାରଣ୍ୟରେ ପେଟ୍ରୋଲିଂ ସମୟରେ ଶିକାରୀ ପ୍ରବେଶ ନେଇ ଖବର ମିଳିଥିଲା। ୨ଟି ବାରହା ଓ ୩ଟି କୁଟୁରା ଶିକାର କରି ଏକ ୨୦ଜଣିଆ ଶିକାରୀ ଦଳ ଫେରୁଥିବା ବେଳେ ମୃତ ବନରକ୍ଷୀ ସମେତ ଅନ୍ୟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସେଠାରେ ଶିକାରୀ ଓ ବନ କର୍ମଚାରୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ  ବିମଲଙ୍କ ପିଠି ପଟୁ ଗୁଳିବାଜି ଛାତି ପଟେ ବାହାରି ଯାଇଥିଲା । ସଙ୍ଗେ ସଙ୍ଗେ ସେ ସେଠାରେ ସେ ଟଳି ପଡିଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook