Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜଙ୍ଗଲ ନିଆଁ ଲିଭେଇଲେ କଲେଜ୍ ପିଲା

    Share on :
    ajab-Image
    Date: Mar 19, 2023    Views: 3512

    ରେଢ଼ାଖୋଲ : ଜଙ୍ଗଲ ନିଆଁ ପାଇଁ ମଣିଷକୃତ କାରଣ କୁ ସବୁ ବେଳେ ଦାୟୀ କରା ଯାଉଥିବା ବେଳେ, ଜଙ୍ଗଲ ନିଆଁ ଲିଭାଇବା ଦିଗରେ ଏକ ଅଦ୍ଭୁତପୂର୍ବ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଡିଭିଜନ ଅନ୍ତର୍ଗତ ନାକଟି ଦେଉଳ ରେଞ୍ଜ ରେ । ଏଠାକାର ବାଟଗାଁ ହାୟର ସେକେଣ୍ଡାରୀ ସ୍କୁଲ ପଛପଟେ ଥିବା ବାଟଗାଁ ଗ୍ରାମ୍ୟ ଜଙ୍ଗଲ ରେ ଆଜି ଦିନ ପ୍ରାୟ ଗୋଟାଏ 45 ସମୟରେ ନିଆଁ ଲାଗି ଯାଇଥିଲା । ବନ ବିଭାଗ କୁ ଖବର ଦିଆଯିବା ପରେ, ସ୍ଥାନୀୟ ଫରେଷ୍ଟ ଗାର୍ଡ ଚିତ୍ତ ରଞ୍ଜନ ମିରି ଦୁଇଟି ବ୍ଲୋୟର ମେସିନ ସହିତ ନିଆଁ ଲିଭାଇବା ପାଇଁ ଷ୍ଟାଫ୍ ଧରି କାମ ଆରମ୍ଭ କଲେ । ଜଙ୍ଗଲ ଭିତରେ ପ୍ରାୟ 50 ମିଟର ଖଣ୍ଡେ ବ୍ଲୋୟର ମେସିନ ସଫା କରି କରି ପହଞ୍ଚିବା ବେଳକୁ ଯାହା ଦେଖିଲେ ସେଥିରେ ମିରି ଅଭିଭୂତ ହୋଇଗଲେ । ବାଟଗାଁ ହାୟାର ସେକେଣ୍ଡାରୀ ସ୍କୁଲ ର ଯୁକ୍ତ ଦୁଇ ଶ୍ରେଣୀ ର 15 ଜଣ ଛାତ୍ର ହାତରେ ସବୁଜ ଡାଳ ଧରି ଗଛ ମୂଳରୁ ଶୁଖିଲା ପତ୍ର ସଫା କରିବା ସହିତ, ନିଆଁ ଲାଗିଥିବା ବୁଦା ଗୁଡିକୁ ବାଡେଇ ବାଡେଇ ଚାଲି ଛନ୍ତି । ସେମାନଙ୍କ ନେତୃତ୍ୱ ନେଉଥିଲେ ତାଙ୍କରି ରାଜନୀତି ବିଜ୍ଞାନ ଅଧ୍ୟାପକ ପ୍ରଫୁଲ୍ଲ କୁମାର ପ୍ରଧାନ । ପ୍ରାୟ 30 % ନିଆଁ ସେଇ ଯୁକ୍ତ ଦୁଇ ଛାତ୍ର ମାନେ ହିଁ ଲିଭେଇ ସାରିଥିଲେ । ଯାହାଫଳରେ ଜଙ୍ଗଲ ରେ ନିଆଁ ଆଉ ବ୍ୟାପୀ ପାରି ନଥିଲା, ଏବଂ ବନ ବିଭାଗ କୁ ବାକି ଜଙ୍ଗଲ ନିଆଁକୁ ଆୟତ୍ତ କରିବାକୁ ସହଜ ହୋଇଥିଲା । 

    ପ୍ରାୟ 20 ହେକ୍ଟର ର ଶାଳ, ଶାଗୁଆନ ଆଦି ମୂଲ୍ୟବାନ ଗଛ ଥିବା ଗ୍ରାମ୍ୟ ଜଙ୍ଗଲ ରେ ଭାଲୁ, ଠେକୁଆ, ମୟୂର, ଅନେକ ପ୍ରଜାତିର ସାପ ବସବାସ କରିଥାନ୍ତି । ଯଦି ସାରା ଜଙ୍ଗଲ କୁ ନିଆଁ ମାଡ଼ି ଯାଇଥାନ୍ତା, ତେବେ ଅନେକ କ୍ଷୟ କ୍ଷତି ହେବା ନିଶ୍ଚିତ ଥିଲା।  ହେଲେ, 15 ଜଣ ଉତ୍ସର୍ଗୀକୃତ ଛାତ୍ର ଏବଂ ତାଙ୍କ ଅଧ୍ୟାପକ ଙ୍କ ଠିକ୍ ସମୟର ଠିକ୍ ଭୂମିକା ନିର୍ବାହ ଯୋଗୁଁ, ନିଆଁ ଧାସ ରେ ଉଜୁଡ଼ିବାକୁ ଯାଉଥିବା ବାଟ ଗାଁ ଗ୍ରାମ୍ୟ ଜଙ୍ଗଲ ଆଜି ରକ୍ଷା ପାଇଗଲା । ବନ ବିଭାଗ ଏଇ ଭଳି ଜନ ସହଯୋଗ କାମନା କରିଥାଏ, ଏବଂ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଲୋକ ମାନଙ୍କର ସହଯୋଗ ଏକାନ୍ତ କାମ୍ୟ ବୋଲି ଫରେଷ୍ଟ ଗାର୍ଡ ଚିତ୍ତ ରଂଜନ ମିରି କହିଛନ୍ତି । 

    ଦିନ ଦୁଇଟା 20 ମିନିଟ ବେଳକୁ ଅର୍ଥାତ୍ 30 ମିନିଟ ଭିତରେ ସମ୍ପୂର୍ଣ୍ଣ ନିଆଁ କୁ ଆୟତ୍ତ କରି ପାରିଥିଲେ ବନ ବିଭାଗ ଏବଂ ବାଟଗାଁ ହାୟାର୍ ସେକେଣ୍ଡାରୀ ସ୍କୁଲ ର ମିଳିତ ଟିମ୍ ।

    ସ୍କୁଲ ର ରାଜନୀତି ବିଜ୍ଞାନ ଅଧ୍ୟାପକ କହିଛନ୍ତି "ନିଆଁ ଲିଭାଇବା କାମ କେବଳ ବନ ବିଭାଗର ନୁହେଁ । ଆମେ ଯଦି ଅପେକ୍ଷା କରି ରହି ଥାଆନ୍ତୁ ତାହେଲେ ନିଆଁ ଅଧିକ ବ୍ୟାପୀ ଯାଇଥାନ୍ତା । ସଚେତନ ନାଗରିକ ହିସାବରେ ଏଇଟା ଆମର କର୍ତ୍ତବ୍ୟ ଏବଂ ମୁଁ ସେଇଟା ମୋର ଛାତ୍ର ମାନଙ୍କୁ ଶିକ୍ଷା ଦେଇଛି ମାତ୍ର" ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook