Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ସାଫ ଅଣ୍ଡର ୨୦ ଫୁଟବଲ ଚାମ୍ପିୟାନସିପ:ଭାରତ ଚାମ୍ପିୟନ

    Share on :
    ajab-Image
    Date: Aug 6, 2022    Views: 4233

    ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଇତିହାସ ରଚିଲା ଭାରତ । ବାଂଲାଦେଶକୁ ହରେଇ ଭାରତ ଚାମ୍ପିୟନ । କଳିଂଗ ଷ୍ଟାଡିୟମରେ ଖେଳାଯାଉଥିବା ସାଫ ଅଣ୍ଡର ୨୦ ଫୁଟବଲ ଚାମ୍ପିୟାନସିପରେ ବାଂଲାଦେଶକୁ ୫-୨ ଗୋଲରେ ହରେଇ ଟ୍ରଫି ହାତେଇଲା ଭାରତ । ଭାରତ ପକ୍ଷରୁ ଗୁରକିରତ ସିଂ ଆକର୍ଷଣୀୟ ପ୍ରଦର୍ଶନ କରି ସହ ୪ଟି ଗୋଲ ସ୍କୋର କରିଥିଲେ । ସେହିପରି ହିମାଂଶୁ ଜାଙ୍ଗରା ଗୋଟିଏ ଗୋଲ ସ୍କୋର କରିଥିଲେ ।

    ପ୍ରଥମ ହାଫ ସୁଦ୍ଧା ଭାରତ ଓ ବାଂଲାଦେଶ ୧-୧ ରେ ସମାନ ସ୍ଥିତିରେ ଥିଲେ । ଦ୍ୱିତୀୟ ହାଫରେ ମଧ୍ୟ ଉଭୟ ଟିମ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ନିର୍ଦ୍ଧାରିତ ସମୟ ସୁଦ୍ଧା ୨-୨ ରେ ରହିଥିଲେ । ଫଳରେ ଆଉ ୩୦ ମିନିଟ ଅଧିକ ସମୟ ମିଳିଥିଲା । ଭାରତ ପକ୍ଷରୁ ଲଗାତର ଆଟାକିଙ୍ଗ ଖେଳ ଦେଖିବାକୁ ମିଳିଥିଲା । ଏକ୍ସଟ୍ରା ଟାଇମରେ ଭାରତ ୩ଟି ଗୋଲ ସ୍କୋର କରି ୫-୨ ରେ ବିଜୟ ହାସଲ କରିଛି । ୨୦୧୯ରେ ସାଫ ଚାମ୍ପିୟାନସିପରେ ମଧ୍ୟ ଭାରତ ବାଂଲାଦେଶକୁ ହରେଇ ଚାମ୍ପିୟନ ହୋଇଥିଲା

    Maximum 500 characters

    ଖେଳ ଖବର View all

    Find Us on Facebook