Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ରାତିରେ ନିଦ ହେଉ ନାହିଁ କି? ଏସବୁ ଖାଇଲେ ହେବ ଭଲ ନିଦ

    Share on :
    ajab-Image
    Date: Mar 22, 2026    Views: 2846

    ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଅନିଦ୍ରା ଜନିତ ସମସ୍ୟା କାରଣରୁ ଚିନ୍ତିତ। ଉତ୍ତମ ନିଦ ପାଇଁ କେଉଁ ଖାଦ୍ୟ ସେବନ କରିବା ଉଚିତ୍ ତାହା ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିଦ ଶରୀର ପାଇଁ ଖୁବ୍ ଜରୁରୀ। ନଚେତ୍ ଶରୀରରେ ଅନେକ ମାରାତ୍ମକ ରୋଗର କାରଣ ପାଲଟିଥାଏ ଅନିଦ୍ରା। ସଠିକ୍ ଭାବେ କାର୍ୟ୍ୟ କରିବା ପାଇଁ ସଠିକ୍ ମାତ୍ରାରେ ଶୋଇବା ନିତାନ୍ତ ଜରୁରୀ। ଜାଣନ୍ତୁ ଏଭଳି କିଛି ଖାଦ୍ୟ ବିଷୟରେ ଯାହାର ସେବନ କରିବା ଦ୍ୱାରା ଉତ୍ତମ ନିଦ ହୋଇଥାଏ।


    କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଉତ୍ତମ ନିଦରେ ସହାୟକ ହୋଇଥାଏ। ଶୋଇବା ପୂର୍ବରୁ ଉଷୁମ କ୍ଷୀର ପିଇବା ଦ୍ୱାରା ଶାନ୍ତି ଓ ଆରାମଦାୟକ ନିଦ ପାଇଁ ଖୁବ ଜରୁରୀ।

    ଖଜୁରୀରେ ମେଲଟୋନିନ ରହିଥାଏ। ଏହା ଭଲ ନିଦ ହେବା ପାଇଁ ଆବଶ୍ୟକୀୟ ହରମୋନ ସୃଷ୍ଟି କରିଥାଏ। ଫଳରେ ଉତ୍ତମ ନିଦ ହୋଇଥାଏ।

    ବାଦମ – ବାଦାମରେ ମେଗ୍ନେସିୟମ ରହିଛି। ଯାହା ଶାନ୍ତି ନିଦ ପ୍ରଦାନ କରିବାରେ ସହାୟକ ହୋଇଥାଏ। ନିୟମିତ ବାଦାମ ବତୁରାଇ ଏହାର ସେବନ କରି ପାରିବେ।

    ଉତ୍ତମ ନିଦ ପାଇଁ ମଖାନାର ସେବନ କରି ପାରିବେ।

    କଦଳୀ – କଦଳୀରେ ମେଗ୍ନେସିୟମ ଓ ପୋଟାସିୟମ ରହିଛି। ଯାହା ଉତ୍ତମ ନିଦ ହେବାରେ ସହାୟକ ହୋଇଥାଏ।

    କଦଳୀ ଭୋକକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। କଦଳୀ ଖାଇବା ଦ୍ୱାରା ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହେବା ଭଳି ରହିଥାଏ। ବାରମ୍ବାର ଖାଦ୍ୟ ଖାଇବାର ଅଭ୍ୟାସ ଥିଲେ, ଏହା ନିୟନ୍ତ୍ରଣ ହୋଇଥାଏ।
    କଦଳୀରେ ପ୍ରଚୁର ମାତ୍ରାରେ ମେଗ୍ନେସିୟମ ମିଳିଥାଏ। ଏହା ମସ୍ତିଷ୍କ ଓ ମନକୁ ଶାନ୍ତ ଓ ଖୁସି ରଖିବାରେ ସହାୟକ ହୋଇଥାଏ।

    Maximum 500 characters

    ବିଶେଷ View all

    Find Us on Facebook