Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଓ ବିନିଯୋଗ ପତ୍ର ଦାଖଲ ଉପରେ ଗୁରୁତ୍ୱାରୋପ

    Share on :
    ajab-Image
    Date: Jan 21, 2026    Views: 3375

     ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭାଗର ବିଭିନ୍ନ କାର୍ଯ୍ୟାଧାରା ଉପରେ ବିସ୍ତୃତ ଆଲୋଚନା ହୋଇଛି । ଜନ ସାଧାରଣ ମାନଙ୍କୁ ଠିକଣା ସମୟରେ ସେବା ଯୋଗାଇ ଦେବା ସହ ପ୍ରତ୍ୟେକ ଅଭିଯୋଗର ତ୍ୱରିତ ସମାଧାନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । 

    ସେହିଭଳି ବଜେଟରେ ବ୍ୟବସ୍ଥିତ ଅର୍ଥର ଠିକଣା ବିନିଯୋଗ କରିବା ଉପରେ ସେ ଉଲ୍ଲେଖ କରିଥିଲେ । ଏଥିପାଇଁ ବିତ୍ତୀୟ ଶୃଙ୍ଖଳା ଅନୁପାଳନ ସହ ପ୍ରତ୍ୟେକ ଖର୍ଚ୍ଚର ବିବରଣୀ ସଠିକ ଭାବେ ରଖିବାକୁ କହିଥିଲେ । ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ମଧ୍ୟ ଏ ଦିଗରେ ଉଚିତ ପରାମର୍ଶ ଦେବା ପାଇଁ ସେ ସମ୍ପୃକ୍ତ ବିତ୍ତ ପରାମର୍ଶଦାତା ଓ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । 
    ଏତଦବ୍ୟତୀତ ପ୍ରତ୍ୟେକ ଆବଣ୍ଟିଟ ଖର୍ଚ୍ଚର ୟୁଟିଲାଇଜେସନ ସାର୍ଟିଫିକେଟ ତଥା ବିନିଯୋଗ ପତ୍ର ଠିକଣା ସମୟରେ ଦାଖଲ କରିବା ପାଇଁ ସେ କହିଥିଲେ । ଏହାଦ୍ୱାରା ଅନେକାଂଶ ସମୟରେ ସମ୍ପୃକ୍ତ ଖର୍ଚ୍ଚର ସଠିକ ହିସାବ ଉପଲବ୍ଧ ହୋଇପାରିବ । ଆବଶ୍ୟକସ୍ଥଳେ ଜିଲ୍ଲାସ୍ତରୀରେ ଅଧିକାରୀ ମାନଙ୍କ ସହ ସମନ୍ୱୟ ରଖି ଏ ଦିଗରେ କାର୍ଯ୍ୟ କରିବାକୁ ଶ୍ରୀ ସିଂ କହିଥିଲେ ।  ଉକ୍ତ ବୈଠକରେ ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

    Maximum 500 characters

    ତାଜା ଖବର View all

    Find Us on Facebook