Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସବୁଠି କୁହୁଡ଼ି କରୁଛି କଲବଲ

    Share on :
    ajab-Image
    Date: Jan 1, 2026    Views: 3046

    ଭୁବନେଶ୍ୱର: ଘନ କୁହୁଡ଼ିରେ ଘେରି ହୋଇଯାଇଛି ସାରା ରାଜ୍ୟ । ସହରରୁ ଆରମ୍ଭ କରି ଉପାନ୍ତ ଅଞ୍ଚଳରେ ସବୁଠି କୁହୁଡ଼ି କରୁଛି କଲବଲ । ଟୁଇନ୍‌ ସିଟିରେ କୁହୁଡ଼ି ଆସ୍ତରଣ ଏଭଳି ରହିଛି, ମାତ୍ର ୫ ମିଟର ଦୂରତାରୁ ବି ସକାଳୁ ଦୃଶ୍ୟମାନ ହେଉନି କିଛି । କହିବାକୁ ଗଲେ ଓଡ଼ିଶାକୁ କୁହୁଡ଼ି କବଜା କରି ନେଇଛି । ଏତେ ମାତ୍ରାରେ କୁହୁଡ଼ି ଘେରି ରହିଛି ଯେ ଲୋକମାନେ ସକାଳୁ ଗାଡ଼ିରେ ଯିବା ଆସିବା କରିବା ବି ଅସମ୍ଭବ । କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।   ସେହିପରି ନୂଆବର୍ଷରେ ଘନ କୁହୁଡି ପାଇଁ ପ୍ରଭାବିତ ହୋଇଛି ବିମାନ ଯାତ୍ରା। ଭୁବନେଶ୍ୱରରୁ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ଥିବା ଅନେକ ବିମାନ ବିଳମ୍ବିତ ହୋଇଛି ।ଫଳରେ ବହୁ ବିମାନ ଯାତ୍ରୀ ବିମାନବନ୍ଦରରେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିବା ଦେଖିବକୁ ମିଳିଛି । ବିମାନ ଯାତ୍ରା ପ୍ରଭାବିତ ନେଇ ପ୍ରତିକ୍ରିୟା ରଖିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ । ସେପଟେ କୁହୁଡି ପାଇଁ ଚିଲିକାରେ ଭସାପୋଲ ଯାତାୟାତ ବନ୍ଦ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଭସାପୋଲ ସେବା ବନ୍ଦ କରାଯାଇଛି । କୋଣାର୍କରେ ବି ନୂଆବର୍ଷ ସକାଳୁ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । 
    କୁହୁଡ଼ି ପାଇଁ ରାସ୍ତାରୁ କୋଣାର୍କ ମନ୍ଦିର ଦୃଶ୍ୟମାନ ହେଉନାହିଁ  କେନ୍ଦ୍ରାପଡା ଜିଲ୍ଲାରେ ବି ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ ଦୃଶ୍ୟମାନ ହେଉଛି । ଫଳରେ ରାସ୍ତାରେ ୧୦ ମିଟରରୁ ଅଧିକ ଆଗକୁ ଦେଖିବା ମୁସ୍କିଲ ହୋଇପଡୁଛି ବୋଲି କହିଛନ୍ତି ଗାଡି ଚାଳକ ଓ ପଥଚାରୀମାନେ । ରାସ୍ତାରେ ଯାତାୟାତ କରୁଥିବା ଗାଡି ଗୁଡିକ ସାବଧାନତାର ସହ ଯାତାୟାତ କରୁଥିବାର ଦେଖିବାକୁ ମିଳିଛି । ଘନ କୁହୁଡି ସାଙ୍ଗକୁ ପ୍ରବଳ ଶୀତ ଗତକିଛି ଦିନ ହେବ ଲାଗିରହିଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି । ସକାଳ ସକାଳୁ କୁହୁଡି ମାତ୍ର ଏତେ ଅଧୀକ ରହୁଛି ଯେ ଦିନ ୧୦ଟା ପର୍ୟ୍ୟନ୍ତ ରହୁଥିବା ଦେଖିବାକୁ ମିଳିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook