Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    Share on :
    ajab-Image
    Date: Oct 5, 2026    Views: 3099

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା ଆସୁଛି । ଏହା ମଧ୍ୟରେ ତାଙ୍କ ସହ- ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର । ୯/୧୧ ଭଳି ଆକ୍ରମଣ କରିବାକୁ ଯୋଜନା କରିଥିଲେ ତାଙ୍କ ସହ-ପାଇଲଟ୍ । ଜେରା ସମୟରେ ଓମାନୀ ପାଇଲଟ ହମ୍ମାନି ସବୁ ସତ କହିଲା । ବେନ୍ ଗୁରିଅନ ବିମାନ ବନ୍ଦର ଟର୍ମିନାଲରେ ପ୍ଲେନ୍ କ୍ରାସ କରିବାର ସେ ଯୋଜନା କରିଥିଲା ।

    ବର୍ତ୍ତମାନ ଗିରଫ ହୋଇଥିବା ଓମାନୀ ସହ-ପାଇଲଟ୍ ହମାମ୍ ଅଲ୍-ହମ୍ମାମି, ୟୁଏଇ (UAE)ର ତଦନ୍ତକାରୀ ଅଧିକାରୀଙ୍କୁ କହିଛନ୍ତି ଯେ, ବିମାନର କ୍ୟାପଟେନ୍ ତଥା ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ହତ୍ୟା କରିବା ପରେ ସେ 'ଫ୍ଲାଏ-ଦୁବାଇ' ଫ୍ଲାଇଟ୍ ୧୦୭୩କୁ ସ୍ୱାଭାବିକ ଭାବେ ଚଳାଇବାକୁ ଲକ୍ଷ୍ୟ ରଖିଥିଲା । 
     ରିପୋର୍ଟ ଅନୁଯାୟୀ, ତାଙ୍କର ଯୋଜନା ଥିଲା କୌଣସି ସନ୍ଦେହ ସୃଷ୍ଟି ନକରି ବିମାନ ଅବତରଣ ପାଇଁ ଆବଶ୍ୟକୀୟ ଅନୁମତି ହାସଲ କରିବା ଏବଂ ତା’ପରେ ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖର ଆକ୍ରମଣ ଭଳି ଏକ ଆକ୍ରମଣ କରି ବିମାନଟିକୁ ବିମାନବନ୍ଦରରେ ଥିବା କୌଣସି କୋଠା କିମ୍ବା ଅନ୍ୟ ଏକ ଜେଟ୍ (ବିମାନ) ସହ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ କରାଇବା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook