ମୁଖ୍ୟ ଖବର
କାଠମାଣ୍ଡୁ : ବନ୍ୟା ବିତ୍ପାତର ଦାରୁଣ ଦୁଃଖ ମନରୁ ଯାଇ ନ ଥିବାବେଳେ ନେପାଳର ପାହାଡ଼ୀ ଜିଲା ଗୋରଖା ଦେଇ ପ୍ରଭାବିତ ଥେରାଙ୍ଗ ନଦୀରେ ରବିବାର ସକାଳେ ବନ୍ୟା ଆସିଛି। ଏହାକୁ ନେଇ ବୁଢ଼ୀଗଣ୍ଡକୀ ନଦୀର ଅବବାହିକାରେ ରହୁଥିବା ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। ଥେରାଙ୍ଗରେ ହଠାତ ବନ୍ୟା ଆସି ୪ଟି ଘର ଓ ଗୋଟିଏ ସସପେନସନ ବ୍ରିଜ ଭୁଶୁଡ଼ି ଯାଇଛି। ତେବେ ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ। ବନ୍ୟାର ସୂଚନା ମିଳିବା ପରେ ଲୋକଙ୍କୁ ଘରୁ ବାହାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେ ପଟେ ଗତ ୨୬ ତାରିଖରେ ଆସିଥିବା ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୧୩୮୫ରେ ପହଞ୍ଚି ଯାଇଛି। ୫,୫୧୯ ଜଣ ଏବେ ବି ନିଖୋଜ ଅଛନ୍ତି। ବନ୍ୟା ସିନା ଛାଡ଼ି ଯାଇଛି, ହେେଲ ଦୁଃଖ ବଢ଼ି ବଢ଼ି ଚାଲିଛି। ଲୋକେ ପାଣି, ଆଲୁଅ ବିନା କାଳ କାଟୁଛନ୍ତି। ବନ୍ୟା ଯୋଗୁଁ ନୁଭାକୋଟ, ରସୁୱା, ଧାଡ଼ିଂ ଓ ଗୋର୍ଖାରେ ୫୫ ପାନୀୟ ଜଳ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁଁ ୬୪୦ ନିୟୁତ ଟଙ୍କା କ୍ଷତି ହୋଇଛି। ସେପଟେ ସୁଡ଼ଙ୍ଗ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଭାରତୀୟ ଦଳ ଭିତରକୁ ଯିବା ପାଇଁ ମାର୍ଗ ପ୍ରସ୍ତୁତ କରିଛିି।
Comments ସମସ୍ତ ମତାମତ