Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମହାନଦୀରେ ବନ୍ୟା

    Share on :
    ajab-Image
    Date: Sep 16, 2023    Views: 3813

    ବାଙ୍କୀ : ମହାନଦୀରେ ବନ୍ୟା । ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ । ଫଳରେ ଘୋଡ଼ାବର-ରତାଗଡ଼କୁ ସଂଯୋଗ କରୁଥିବା ହୁଳୁହୁଳା ପୋଲ ଉପର ଦେଇ ଯାତାୟତ ଠପ୍ ହୋଇଯାଇଛି। ୮ଟି ପଞ୍ଚାୟତର ଲୋକଙ୍କ ଗମନାଗମନ ବାଧାପ୍ରାପ୍ତ ହୋଇଛି। କିଛି ଲୋକଙ୍କର କଟକ ଭୁବନେଶ୍ବର ଆଦି ସହରକୁ କୌଣସି କାମରେ ଯିବା ପାଇଁ ଅଣ୍ଟାଏ ପାଣିରେ ବିପଦପୂର୍ଣ୍ଣ ଭାବେ ବନ୍ୟା ପାଣିରେ ପଶି ଯାତାୟତ କରୁଛନ୍ତି । 

    ମହାନଦୀରେ ବନ୍ୟା ଜଳ ଆସିଲେ ଏହି ପୋଲ ଉପରେ ପ୍ରଥମେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ସବୁବେଳେ ଲୋକେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଏଠାରେ ନୂତନ ପୋଲ ନିର୍ମାଣ ହେବା ପାଇଁ ବାରମ୍ବାର ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏପର୍ୟ୍ୟନ୍ତ ହୋଇପାରି ନଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ତୁରନ୍ତ ନୂତନ ପୋଲ ନିର୍ମାଣ ପାଇଁ ଦାବି କରାଯାଉଛି। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook