Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୯୫୮୨ ପ୍ରାଣୀଙ୍କ ବାତ୍ୟା ପରବର୍ତ୍ତୀ ଟିକାକରଣ

    Share on :
    ajab-Image
    Date: Nov 2, 2026    Views: 3462

     ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଣୀ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଉପୁଜିଥିବା ବନ୍ୟାରେ ୨୫୭୩୭୬ ପ୍ରାଣୀ ପ୍ରଭାବିତ ହୋଇଛନ୍ତି । ଏଥିରେ ୧୧୮୪୭୯ ଗାଈ ଗୋରୁ ମଇଁଷି ଏବଂ ୧୩୮୮୯୭ ଛେଳି ମେଣ୍ଢା ସାମିଲ ଅଛନ୍ତି । ମୋଟ ୧୧୫୬୪୯ କୁକୁଡ଼ା ପ୍ରଭାବିତ ହୋଇଛନ୍ତି । ୧୨୬ ଗାଈ ଗୋରୁ ମଇଁଷି, ୪୦୬ ଛେଳି ମେଣ୍ଢା ଏବଂ ୯୭୦୦୩ କୁକୁଡ଼ାଙ୍କର ଜୀବନ ହାନି ହୋଇଛି । ସମୁଦାୟ ୧୩୩୨୦ ଜଣ ପ୍ରାଣିପାଳକ ପ୍ରଭାବିତ ହୋଇଛନ୍ତି  ।  ୧୯୧୮ ପ୍ରାଣୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରାଯାଇ ୩୧ ଟି ସ୍ଥାନରେ ଆଶ୍ରୟ ଦିଆଯାଇଛି ।

    ଏହି ବନ୍ୟା ପ୍ରଭାବିତ ଅଞ୍ଚଳରେ ଜରୁରୀକାଳୀନ ସେବା ପାଇଁ ୭୨ଟି ରାପିଡ୍ ରେସପନ୍ସ ଟିମ୍ ମୁତୟନ କରାଯାଇଥିବା ବେଳେ ୧୧୬ ଟି ପ୍ରାଣୀ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି । ୧୯୫୮୨ ପ୍ରାଣୀଙ୍କ ବାତ୍ୟା ପରବର୍ତ୍ତୀ ଟିକାକରଣ ହୋଇଛି । 

    ଗଞ୍ଜାମ ଜିଲ୍ଲାକୁ ୨୦୧.୪ ମେଟ୍ରିକ୍ ଟନ୍ ଗୋ ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ୮୭ ମେଟ୍ରିକ ଟନ ବଣ୍ଟନ ସରିଛି । ଏହା ସହ ୫୩.୫୩  କ୍ଵିଣ୍ଟାଲ ସବୁଜ ଚାରା, ୪୨.୪୧ କ୍ଵିଣ୍ଟାଲ ରାଇସ୍ ବ୍ରାନ୍ (କୁଣ୍ଡା)  ଯୋଗାଇ ଦିଆଯାଇଛି ।  ଯଥେଷ୍ଟ ପରିମାଣର ଗୋ ଖାଦ୍ୟ ମହଜୁଦ ଥିବା ବେଳେ ବନ୍ୟା ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଗୋ ଖାଦ୍ୟ ଯୋଗାଇ ଦିଆଯାଉଛି । ବ୍ଲକ୍, ସବଡିଭିଜନ୍ ଏବଂ ଜିଲ୍ଲା ସ୍ତରରେ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି ।  ପ୍ରାଣିପାଳକଙ୍କୁ ତୁରନ୍ତ କ୍ଷତି ପୂରଣ ଦେବା ପାଇଁ  ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳନନ୍ଦ ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାରେ ଜରୁରୀକାଳୀନ ସେବା ପାଇଁ ୨୩ ଗୋଟି ରାପିଡ୍ ରେସପନ୍ସ ଟିମ୍ ମୁତୟନ କରାଯାଇଥିବା ବେଳେ ୫୫ ଟି ପ୍ରାଣୀ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook