Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

    Share on :
    ajab-Image
    Date: Aug 23, 2026    Views: 3353

    ଭବାନୀପାଟଣା: କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ ମଧ୍ୟ ଭାଗରେ ପ୍ରବାହିତ ହେଉଥିବା ହାତୀ ନଦୀ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମଙ୍ଗଳପୁର ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ହାତୀ ନଦୀକୁ ଛଡ଼ାଯାଇଛି। ଏଥିରେ 412 କ୍ୟୁମେକ ବନ୍ୟା ଜଳ ନିଷ୍କାସିତ ହେଉଛି। ଏହାଯୋଗୁଁ ତଳିଆ ମୁଣ୍ଡ ରେ ଥିବା ଗାଁ ମାନଙ୍କୁ ସତର୍କ ସୂଚନା ଦେଇଛି ଇନ୍ଦ୍ରାବତୀ ବିଭାଗ। ଶନିବାର ଜିଲାର ଥୁଆମୂଳ ରାମପୁର ରେ ସର୍ବାଧିକ 345 ମିଲିମିଟର ଓ ଜୟପାଟଣା ବ୍ଲକ ରେ 240 ମିମି ବର୍ଷା ରେକର୍ଡ କରାଯାଇଛି। ବରବିବାର ମଧ୍ୟ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook