ମୁଖ୍ୟ ଖବର
ଆସାମ:ଆସାମରେ ଲଗାତାର ବର୍ଷା ଓ ବନ୍ୟା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୧୦୦ ରେ ପହଞ୍ଚିଛି । ସରକାରୀ ରିପୋର୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ୬୦ ଜଣ ପୁରୁଷ, ୨୩ ଜଣ ମହିଳା ଏବଂ ୧୮ ଜଣ ଶିଶୁ ଅଛନ୍ତି । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଶିବସାଗର ଜିଲ୍ଲାରେ ଜଣଙ୍କର ନାଁ ଭୁଲ୍ବଶତଃ ଦୁଇଥର ରେକର୍ଡ ହୋଇଯାଇଥିଲା । ଏହାକୁ ସଂଶୋଧନ କରାଯିବା ପରେ ସେଠାରେ ମୃତ୍ୟୁସଂଖ୍ୟା ୫୦ରୁ ବଦଳରେ ୪୯ ହୋଇଛି ।
କଚାରରେ ୨୨ ଜଣଙ୍କର ମୃତ୍ୟୁ, ଶିବସାଗରରେ ୪୯ ଜଣଙ୍କର ଜୀବନ ଯାଇଛି । କରିମଗଞ୍ଜରେ ୯ ଏବଂ ଗୋଲାଘାଟରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାଛଡ଼ା ଧେମାଜି, ନାଗାଁଓ, ଉଦାଲଗୁଡ଼ି, ସୋନିତପୁର ଏବଂ କାର୍ବି ଆଙ୍ଗଲୋଂଗ୍ ଜିଲ୍ଲାରେ ମଧ୍ୟ ବନ୍ୟା ବ୍ୟାପକ କ୍ଷତି ଘଟାଇଛି । ହାଥିନୀକୁଣ୍ଡ ବ୍ୟାରେଜରୁ ପାଣି ଛଡ଼ାଯିବା ପରେ ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟା ଆଶଙ୍କା ସୃଷ୍ଟି କରିଥିଲା । ତେବେ ବର୍ତ୍ତମାନ ଜଳସ୍ତର କିଛି ମାତ୍ରାରେ ଖସିବାରେ ଲାଗିଛି ଏବଂ ଜଳସେଚନ ବିଭାଗ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ରାଜଧାନୀରେ ପ୍ରବଳ ଝଡ଼ବର୍ଷା ନେଇ ଚେତାବନୀ ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପ୍ରଚଣ୍ଡ ପବନ ବହିପାରେ ବୋଲି ପାଗ ବିଭାଗ ସତର୍କ କରାଇଛି ।
Comments ସମସ୍ତ ମତାମତ