ମୁଖ୍ୟ ଖବର
କଟକ: ଲଘୁଚାପ ବର୍ଷା ପ୍ରଭାବରେ ମହାନଦୀରେ ବଢୁଛି ଜଳସ୍ତର। ଜଗତସିଂହପୁର ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ୬ଟି ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି। ତିର୍ତ୍ତୋଲ ବ୍ଲକର କୋଟକଣା, ମଣିଜଙ୍ଗା, ଆଦିବାସୀ ସାହି ଏବଂ କୁଜଙ୍ଗ ବ୍ଲକର ହରିପୁର ଗାଁରେ ବନ୍ୟା ଜଳ ପ୍ରବାହିତ ହେଉଛି। କୋଟକଣା ଓ ମଣିଜଙ୍ଗା ଗୋପାଳ ସାହି ରାସ୍ତା ଉପରେ ପାଣି ଚାଲୁଛି। ୨୦୦ରୁ ଅଧିକ ପରିବାର ପ୍ରଭାବିତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।
Comments ସମସ୍ତ ମତାମତ