ମୁଖ୍ୟ ଖବର
ଭୁବନେଶ୍ବର : ରାଜ୍ୟରେ ଲଗାଣ ବର୍ଷାଜନିତ ସୃଷ୍ଟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ତଥା ସମସ୍ତ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସହ ଲୋକେ ପ୍ରଶାସନିକ ସେବା ଏବଂ ସହାୟତା ନେଇ ସୁରକ୍ଷିତ ରହିବାକୁ ମନ୍ତ୍ରୀ ନିବେଦନ କରିଛନ୍ତି । ଏଥିସହିତ ସମସ୍ତ ଜିଲ୍ଲାପ୍ରଶାସନ ଏବଂ ଅନ୍ୟାନ୍ୟ ବିଭାଗମାନଙ୍କୁ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ସମନ୍ଵିତ ହୋଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବନ୍ୟା ପରିଚାଳନା ପାଇଁ ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ସ୍ଵତନ୍ତ୍ର ଅଧିକାରୀ ନିୟୋଜିତ ହୋଇଛନ୍ତି ।ଜନସାଧାରଣଙ୍କ ସୁରକ୍ଷା ଓ ସାମଗ୍ରିକ ସୁବ୍ୟବସ୍ଥିତ ପରିଚାଳନା ସୁନିଶ୍ଚିତ କରିବା ନିମନ୍ତେ ତିନି ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି ।
ଭଦ୍ରକ ଜିଲ୍ଲା ନିମନ୍ତେ ସୁଧାଂଶୁ ମୋହନ ସାମଲ
ବାଲେଶ୍ବର ଜିଲ୍ଲା ନିମନ୍ତେ କେ. ସୁଦର୍ଶନ ଚକ୍ରବର୍ତ୍ତୀ
ଯାଜପୁର ଜିଲ୍ଲା ନିମନ୍ତେ ପି. ଅନ୍ୱେଷା ରେଡ୍ଡୀଙ୍କୁ ସ୍ଵତନ୍ତ୍ର ଭାବେ ଦାୟିତ୍ଵ ଦିଆଯାଇଛି
Comments ସମସ୍ତ ମତାମତ