Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସାପୁଆ ନଦୀର ବନ୍ୟା ଜଳ

    Share on :
    ajab-Image
    Date: Jul 17, 2026    Views: 2491

    ଆଠଗଡ଼: ଆଠଗଡ଼ରେ ସାପୁଆ ନଦୀର କରାଳ ବନ୍ୟା ଜଳ ପ୍ରଭାବିତ। ପୁରୁଣା କଟକ-ସମ୍ବଲପୁର ରାସ୍ତା ଉପରେ ବନ୍ୟା ଜଳ ପ୍ରଭାବିତ ହେବା ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି। ଆଠଗଡ ଦେଇ ଯାଇଥିବା ଏହି ରାସ୍ତାର ନଡୁଆ ପଡା ଠାରେ ବ୍ରିଜ ଉପରେ ବନ୍ୟା ଜଳ ପ୍ରଭାବିତ ହେଉଛି। ରାସ୍ତା ଉପରେ ୪ ଫୁଟର ବନ୍ୟା ଜଳ ଲାଗି ସମ୍ପୂର୍ଣ୍ଣ ଯାତାୟାତ ବନ୍ଦ ରହିଛି।

    ଆଠଗଡ଼ର ବିଭିନ୍ନ ଗାଁ ଗଣ୍ଡାରେ ପାଣି ପଶିଛି। ସାପୁଆ ନଈ ପାଖରେ ଥିବା  ଗୁଡ଼ୁପଡ଼ା ଗାଁ ମଧ୍ୟ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ଆଠଗଡ NACର ୨ନମ୍ବର, ୨ନମ୍ବର ୱାର୍ଡର ତଳସାହି, ଗଦାସାହିର କିଛି ଘରେ ବନ୍ୟାଜଳ ପଶିଛି। ପାଣି ବଢ଼ିବାରେ ଅଶଙ୍କା ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook