ମୁଖ୍ୟ ଖବର
ଭୁବନେଶ୍ୱର: ବଢୁଛି ମହାନଦୀ ଜଳସ୍ତର। ଗତକାଲି ହୀରାକୁଦ ଜଳ ଭଣ୍ଡାରରୁ ୧୦ଟି ଗେଟ ଦେଇ ପ୍ରଥମ ବନ୍ୟାଜଳ ଆସିବା ପରେ ଜଳସ୍ତର ବଢିଛି । ତେବେ ସୁବର୍ଣ୍ଣପୁରକୁ ଏହି ବନ୍ୟାଜଳ ପହଞ୍ଚିବାକୁ ୧୮ ଘଣ୍ଟା ସମୟ ଲାଗିଥାଏ । ଏଣୁ ଆଜି ସକାଳ ସାଢେ ୬ଟା ସମୟରେ ପ୍ରଥମେ ଛଡାଯାଇଥିବା ୪ଟି ଗେଟର ବନ୍ୟାଜଳ ସୋନପୁରରେ ପହଞ୍ଚିଛି ।
ପରେ ଛଡାଯାଇଥିବା ଅନ୍ୟ ୬ଟି ଗେଟର ବନ୍ୟାଜଳ ସକାଳ ୧୦ଟା ପରେ ପହଞ୍ଚିବ । ତେବେ ଏହି ବନ୍ୟାଜଳ ସୋନପୁରକୁ ପହଞ୍ଚିଲା ପରେ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି । ଏବେ ବନ୍ୟା ପରିସ୍ଥିତି ନାହିଁ । କିନ୍ତୁ ବନ୍ୟାପାଣିରେ ଯେମିତି ମତ୍ସ୍ୟଜୀବୀ ମାନଙ୍କର ଡ଼ଙ୍ଗା କିମ୍ବା ଜାଲ ଭାସି ନଯିବ ସେଥିପାଇଁ ସେମାନେ ସତର୍କତା ଅବଲମ୍ବନ କରିଥିବା ଦେଖିବାକୁ ମିଳିଛି।
Comments ସମସ୍ତ ମତାମତ