Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଉତ୍ତର ଓଡ଼ିଶାରେ ବଡ ବନ୍ୟାର ଆଶଙ୍କା: ସର୍ବୋଚ୍ଚ ଯନ୍ତ୍ରୀ

    Share on :
    ajab-Image
    Date: Jun 30, 2025    Views: 3587

    ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କା କରାଯାଉଛି  ।  ଆସନ୍ତା ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତା ପରେ ବର୍ଷା ଉପରେ ନିର୍ଭର କରିବ ବନ୍ୟାର ସ୍ଥିତି କିଛି ଏଭଳି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ  । ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଯେ ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡରେ ବିଗତ ଦିନରେ ପ୍ରବଳ ବର୍ଷା ହୋଇଛି  । ଯାହା ଫଳରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକାରେ ଜଳସ୍ତର ବଢିଛି, ଏହି ତିନି ନଦୀରେ ବନ୍ୟା ସ୍ଥିତି ଅଛି  । ବାକି କୌଣସି ନଦୀରେ ବିପଦ ନାହିଁ, ବୈତରଣୀ ପାଇଁ ସମ୍ପୂର୍ଣ୍ଣ ସଜାଗ ଅଛି ଜଳ ସମ୍ପଦ ବିଭାଗ  । ସୁବର୍ଣ୍ଣରେଖାରେ ବିପଦ ସଂକେତ ଠାରୁ ୧.୧୬ ମିଟର ଅଧିକ ଜଳ ପ୍ରବାହିତ ହେଉଛି, ଏହା କ୍ରମାଗତ ଭାବେ ବଢ଼ୁଛି  । ଆଜି ଦିନ ୧୨ ସୁଦ୍ଧା ୧୧.୭ ମିଟର ହେବା ନେଇ ଆଶଙ୍କା ରହିଛି  । ଧୀରେ ଧୀରେ ଏହା କମି ପାରେ ।  ପାଣିପାଗ ବିଭାଗର ଆକଳନ ଅନୁସାରେ ମୟୁରଭଞ୍ଜ ଓ ଝାଡ଼ଖଣ୍ଡରେ ଦୁଇ ଦିନ ପାଇଁ ରେଡ ୱାର୍ଣ୍ଣି ଦିଆଯାଇଛି  । ସେଠି ବର୍ଷା ହେଲେ ଉତ୍ତର ଓଡ଼ିଶାର ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇବ  । ଝାଡ଼ଖଣ୍ଡ କେତେ ଜଳ ଛାଡିବ, ତା ଉପରେ ସୁବର୍ଣ୍ଣରେଖାର ଜଳସ୍ତର ନିର୍ଭର କରିବ  । ବୁଢ଼ାବଳଙ୍ଗରେ ବିପଦ ସଂକେତ ୮.୧୩ ମିଟର  । ସକାଳ ୯ ସୁଦ୍ଧା ଏହା ୭.୨୦ ମିଟର ରହିଛି ଜ୍ଝ କ୍ରମାଗତ ଭାବେ ଜଳସ୍ତର କମିବାରେ ଲାଗିଛି ।

    ସେଠି ବର୍ଷା ନ ହେଲେ ସେଭଳି ବଡ଼ ବନ୍ୟାର ଆଶଙ୍କା ନାହିଁ  । ଜଳକାରେ ୬.୫ ମିଟର ବିପଦ ସଂକେତ  । ବର୍ତମାନ ୬.୮୪ ମିଟର ଜଳ ପ୍ରବାହିତ ହେଉଛି, ଧୀରେ ଧୀରେ ଜଳସ୍ତର କମୁଛି  ।  ବାଲେଶ୍ୱରର ବନ୍ୟା ପରିସ୍ଥିତି ସମୀକ୍ଷା ପାଇଁ ଜଣେ ସର୍ବୋଚ୍ଚ ଯନ୍ତ୍ରୀ, ଜଣେ ମୁଖ୍ୟଯନ୍ତ୍ରୀ ସେଠାକୁ ଯାଇଛନ୍ତି  । ବାଲେଶ୍ୱରର ସମସ୍ତ ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଆଯାଇଛି  । ଜିଲ୍ଲା ପ୍ରଶାସନକୁ ସଜାଗ କରି ତୁହାକୁ ତୁହା ସମୀକ୍ଷା କରାଯାଉଛି  ।  କ୍ଷେତ୍ର ଅଧିକାରୀମାନେ କ୍ଷେତ୍ରରେ ଅଛନ୍ତି  । ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି  । ବନ୍ଧ ଭାଙ୍ଗିବା କି ଘଳିଆ ହେବାର ଖବର ନାହିଁ ବୋଲି ସେ କହିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook