Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବନ୍ୟା ପରିସ୍ଥିତି: ଘରେ ପାଣି ପ୍ରବେଶ

    Share on :
    ajab-Image
    Date: Aug 1, 2024    Views: 3356

    ଜଳେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଘୁଚାପ ଜନିତ ବର୍ଷାରେ ଜଳେଶ୍ୱର ବ୍ଲକ ନାମ୍ପୋ ପଞ୍ଚାୟତର ଦେଉଳବାର୍ଡ,ଜୋତିଜଙ୍ଗମ ଓ ତିଲାପଟା ଗ୍ରାମ ସମ୍ପୂର୍ଣ୍ଣ ଜଳ ମଗ୍ନ ହେବା ସହ ରାତିଅଧରେ ୧୦୦ରୁ ଅଧିକ ଘରେ ପାଣି ପ୍ରବେଶ କରିଛି ।
    ବିଶେଷ କରି ଦେଉଳ ବାର୍ଡର ଆଦିବାସୀ ସାହି, ତିଲାପଟାର ଆଦିବାସୀ ସାହି ଓ ଜୋତିଜଙ୍ଗମର ହରିଜନ ସାହି ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହି ଅଞ୍ଚଳରେ ଲୋକେ ଶୋଇଥିବାବେଳେ ଘରେ ଓ ଗୁହାଳ ଘରେ ପାଣି ପଶିବା ଯୋଗୁ ଘରେ ଥିବା ଧାନ ଚାଉଳ, ଆସବାବପତ୍ର ନଷ୍ଟ ହୋଇ ଯାଇଛି।

    ଏବେ ଧାନ ରୁଆ ଚାଲି ଥିବାରୁ, ପ୍ରବଳ ବର୍ଷା ଯୋଗୁ ଧାନ ବିଲରେ ୮ ରୁ ୧୦ ଫୁଟ ଉଚ୍ଚରେ ବର୍ଷା ପାଣି ଲହଡ଼ି ମାରୁଛି। ଆରୁହା,ଅଲାଲପୁର,ବାଣୀଦା, ସମେତ ନାମ୍ପୋ ପଂଚାୟତର ହେକ୍ଟର ହେକ୍ଟର ଚାଷ ଜମି ର ଧାନ ତଳି ସମେତ ରୁଆ ଜମି ପଚିଯିବାର ସମ୍ଭାବନା ରହିଛି।

    Maximum 500 characters

    ତାଜା ଖବର View all

    Find Us on Facebook