ମୁଖ୍ୟ ଖବର
ଭୁବନେଶ୍ୱର: ଶନିବାର ଭୁବନେଶ୍ୱର ବିମାନବନ୍ଦରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ଉଡ଼ିବ ବିମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାର ଶୁଭାରମ୍ଭ କରିବେ । ଏହି ସେବା ଓଡ଼ିଶାକୁ ଦକ୍ଷିଣ-ପୂର୍ବ ଏସୀୟ ଦେଳ ତଥା ବିଶ୍ୱ ସହ ସଂଯୋଗ କରିବ । ସକାଳ ୬ଟା ୨୫ରେ ସିଙ୍ଗାପୁରକୁ ଓ ଅପରାହ୍ଣ ୪ଟା ୫୦ରେ ବ୍ୟାଙ୍କକକୁ ଉଡ଼ିବ ବିମାନ । ଉଭୟ ରୁଟରେ ଇଣ୍ଡିଗୋ ଏୟାର ଲାଇନ୍ସ ସେବା ଯୋଗାଇବ ବୋଲି ଭୁବନେଶ୍ୱର ବିମାନବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରଥମ ପର୍ୟ୍ୟାୟରେ ସପ୍ତାହରେ ଦୁଇ ଦିନ ଏହି ସେବା ଉପଲବ୍ଧ ହେବ । ପ୍ରାରମ୍ଭିକ ଉପହାର ସ୍ୱରୂପ ଟିକେଟର ମୂଲ୍ୟ ୭୫୦୦ ଟଙ୍କା ରଖାଯାଇଛି ।
Comments ସମସ୍ତ ମତାମତ