Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ମଧ୍ୟରାତ୍ରି ପର୍ୟ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

    Share on :
    ajab-Image
    Date: Dec 5, 2025    Views: 2674

    ନୂଆଦିଲ୍ଲୀ: ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ ପାଇଁ ହଜାର ହଜାର ଯାତ୍ରୀ ବିମାନବନ୍ଦରରେ ଫସି ରହିଛନ୍ତି । କେବଳ ମୁମ୍ବାଇ ବିମାନବନ୍ଦରରେ, ଗୁରୁବାର ୧୧୮ଟି ବିମାନ ବାତିଲ୍ କରାଯାଇଥିଲା । ଅଧିକାଂଶ ଉଡାଣ ୨-୩ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଥିଲା ।  ଜରୁରୀକାଳୀନ ଟିକଟ ବୁକିଂ କରୁଥିବା ଯାତ୍ରୀମାନେ କ୍ଷତିର ସମ୍ମୁଖୀନ ହୋଇଥିଲେ । ଅଧିକ ଭଡ଼ା ଦେଇ ମଧ୍ୟ ଘଣ୍ଟା ଘଣ୍ଟା ଧରି ବୋର୍ଡିଂ ଗେଟରେ ଫସି ରହିଥିଲେ । ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିମାନବନ୍ଦର ଆଜି ମଧ୍ୟରାତ୍ରୀ ପର୍ୟ୍ୟନ୍ତ ସମସ୍ତ ଇଣ୍ଡିଗୋ ବିମାନ ସେବା ବାତିଲ କରିଛି ।

    ଅନେକ ବିମାନବନ୍ଦରରେ ଯାତ୍ରୀମାନେ ଚାଲିଥିବା ବାଧା ଉପରେ ଗଭୀର ହତାଶା ପ୍ରକାଶ କରିଛନ୍ତି । ଆଜି ଅପରାହ୍ନ ୩ଟା ପର୍ୟ୍ୟନ୍ତ ଏୟାରଲାଇନ୍ସର ଆଗମନ ଏବଂ ପ୍ରସ୍ଥାନ ବାତିଲ୍ କରାଯାଇଛି । ବେଙ୍ଗାଲୁରୁ ରେ ୧୦୨ଟି ବିମାନସେବା ବାତିଲ୍ ହୋଇଛି । ମୁମ୍ବାଇରେ ୧୦୪ଟି ଉଡ଼ାଣ ବାତିଲ୍ କରାଯାଇଛି । ହାଇଦ୍ରାବାଦରେ ୯୨ଟି ବାତିଲ୍ କରାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook