Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମାଲକାନଗିରିରେ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳ

    Share on :
    ajab-Image
    Date: Jul 23, 2026    Views: 2877

    ମାଲକାନଗିର: ମାଲକାନଗିରି ଜିଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ଜିଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ତତ୍ତ୍ୱାବଧାନରେ ବୁଧବାର ମାଲକାନଗିରି ବିମାନବନ୍ଦରରୁ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳତାର ସହ ସମ୍ପନ୍ନ ହୋଇଛି। ମେସର୍ସ ଇଣ୍ଡିଆ ୱାନ୍‌ ଏୟାର୍‌ ପକ୍ଷରୁ ଏକ ୯ ସିଟ୍‌ ବିଶିଷ୍ଟ ସେସନା ଗ୍ରାଣ୍ଡ କାରାଭାନ ୨୦୮ବି ଇଏକ୍ସ ବିମାନ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଜୟପୁରରୁ ବାହାରି ମଧ୍ୟାହ୍ନ ୨ଟା ୨୦ରେ ମାଲକାନଗିରି ରନ୍‌ୱେରେ ଅବତରଣ କରିଥିଲା। ଏହାକୁ ଅଗ୍ନିଶମ ବିଭାଗ ପକ୍ଷରୁ ୱାଟର କ୍ୟାନନ ସାଲ୍ୟୁଟ ପ୍ରଦାନ କରାଯାଇଥିଲା। ଏହି ସଫଳ ପରୀକ୍ଷଣ ପରେ ଆସନ୍ତା ୧ ମାସ ମଧ୍ୟରେ ଜିଲାରୁ ପ୍ରାରମ୍ଭିକ ଭାବେ ୯ ସିଟ୍‌ ବିଶିଷ୍ଟ ନନ୍‌-ସିଡ୍ୟୁଲ ବିମାନ ସେବା ଆରମ୍ଭ ହେବ ବୋଲି କୁହାଯାଇଛି। ଟ୍ରାଏଲ ରନ୍‌ ପରେ ମୁଖ୍ୟ ପାଇଲଟ କ୍ୟାପଟେନ ପ୍ରେମ କୁମାର ଗର୍ଗ ଏବଂ କୋ-ପାଇଲଟ ସତୀଶ ଏସ୍‌.କେ. କହିଛନ୍ତି, ବିମାନବନ୍ଦରର ରନୱେ ସମେତ ସମସ୍ତ ଭିତ୍ତିଭୂମି ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଉପଯୁକ୍ତ ରହିଛି। ସରକାରଙ୍କ ଆଞ୍ଚଳିକ ସଂଯୋଗୀକରଣ ଯୋଜନା ଅଧୀନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ବିମାନ ଚଳାଚଳ ବ୍ୟବସ୍ଥା ନନ୍‌-ସିଡ୍ୟୁଲ ଭିତ୍ତିରେ କାର୍ଯ୍ୟ କରିବ, ଯେଉଁଠାରେ ଯାତ୍ରୀମାନଙ୍କର ସମ୍ପୂର୍ଣ୍ଣ ଟିକେଟ ବୁକିଂ ନିଶ୍ଚିତ ହେବା ପରେ ହିଁ ବିମାନ ଉଡ଼ାଣ ଭରିବ। ବର୍ତ୍ତମାନର ୧୫୦୦ ମିଟର ରନୱେକୁ ଆହୁରି ୩୦୦ ମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ୧୮୦୦ ମିଟର ରନ୍‌ୱେ ତିଆରି କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି। ଫଳରେ ଭବିଷ୍ୟତରେ କମର୍ସିଆଲ ଜେଟ୍‌ ଏୟାରକ୍ରାଫ୍ଟ ଅବତରଣ କରିପାରିବ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook