Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୨୪ ଘଣ୍ଟାରେ ୭୯ ବିମାନକୁ ମିଛ ବିସ୍ଫୋରଣ ଧମକ

    Share on :
    ajab-Image
    Date: Oct 23, 2024    Views: 6394

    ନୂଆଦିଲ୍ଲୀ : ସୋମବାର ରାତିରୁ ମଙ୍ଗଳବାର ୨୪ ଘଣ୍ଟା ମଧ୍ୟରେ ଦେଶର ୭୯ଟି ବିମାନକୁ ମିଛ ବିସ୍ଫୋରଣ ଧମକ ମିଳିଛି। ମିଥ୍ୟା ଧମକ ମିଳିଥିବା ବିମାନ ମଧ୍ୟରୁ ଇଣ୍ଡିଗୋର ୨୩ଟି, ଭିସ୍ତାରାର ୨୧ଟି, ଆକାଶର ୧୨ଟି ଓ ଏୟାର ଇଣ୍ଡିଆର ୨୩ଟି ବିମାନ ରହିଛି। ବିସ୍ଫୋରଣ ଧମକ ମିଳିଥିବା ବିମାନ ମଧ୍ୟରୁ ତିନିଟି ଆନ୍ତର୍ଜାତିକ ବିମାନ ଥିବାବେଳେ ସେଗୁଡିକ ଗତିପଥ ପରିବର୍ତ୍ତନ କରି ଅନ୍ୟତ୍ର ଜରୁରୀ ଅବତରଣ କରିଛି। ଗତିପଥ ପରିବର୍ତ୍ତନ କରି ଜରୁରୀ ଅବତରଣ କରିଥିବା ବିମାନଗୁଡିକ ହେଲା କୋଝିକୋଡ-ଜେଦାହ, ବେଙ୍ଗାଲୁରୁ-ଜେଦାହ ଓ ନୂଆଦିଲ୍ଲୀ-ଜେଦାହ। ଇଣ୍ଡିଗୋ ଏୟାର ଲାଇନ୍ସର ଏହି ବିମାନଗୁଡିକ ଯଥାକ୍ରମେ ରିୟାଦ, ଦୋହା ଓ ମେଡିନାରେ ଜରୁରୀ ଅବତରଣ କରିବା ସହିତ ଆବଶ୍ୟକ ସୁରକ୍ଷା ପ୍ରୋଟୋକଲ ଅନୁସରଣ କରାଯାଇଥିଲା। ଗତ କିଛି ଦିନ ହେଲା ଦେଶର ଅନେକ ବିମାନକୁ ଏପରି ବିସ୍ଫୋରଣ ଧମକ ମିଳିବାରେ ଲାଗିଛି। ସପ୍ତାହକ ମଧ୍ୟରେ ପ୍ରାୟ ୧୬୯ଟି ବିମାନକୁ ମିଥ୍ୟା ଧମକ ମିଳିସାରିଲାଣି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook