Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କିପରି ଘରେ କରିବେ କସରତ ?

    Share on :
    ajab-Image
    Date: May 26, 2023    Views: 2753

    ଭୁବନେଶ୍ୱର: ଜିମ୍‌ ଯାଇ ଘଣ୍ଟାଘଣ୍ଟା ୱାର୍କ ଆଉଟ କରୁଛନ୍ତି ଯୁବପିଢ଼ି । ଗୋଟିଏ ଲକ୍ଷ ଫିଟ୍‌ ରହିବା ଓ ଓଜନ କମ୍‌ କରାଇବା । ଅତ୍ୟଧିକ ଓଜନ ପାଇଁ ମହିଳା ଓ ଯୁବତୀମାନେ ବିଶେଷ କରି ଜିମ୍‌ ଯାଉଛନ୍ତି କସରତ କରୁଛନ୍ତି । ତା’ ସହିତ ଏଥିପାଇଁ ଜିମ୍‌ରେ ପଇସା ମଧ୍ୟ ଦେବାକୁ ପଡ଼ୁଛି । ଖର୍ଚ୍ଚାନ୍ତ ହୋଇ ସମୟ ନଷ୍ଟ କରିବା ପରିବର୍ତ୍ତେ ଆପଣ ଘରେ ରହି କସରତ କରି ଫିଟ ରହିପାରିବେ । 

    - ପ୍ରତିଦିନ ସକାଳୁ ୪-୫ଥର ପାହାଚରେ ଯିବା ଆସିବା କରନ୍ତୁ । ଦେଖିବେ, ଆପଣଙ୍କ ଚର୍ବି ଶୀଘ୍ର କମ୍‌ ହେବା ସହ ଫୂର୍ତ୍ତି ବି ଲାଗିବ । ମାସଟିଏ ଏମିତି ଅଭ୍ୟାସ କରନ୍ତୁ । 

    - ଛାତ ଉପରେ କିମ୍ବା ବାଲାକୋନିରେ ଛୋଟ ବଗିଚାଟେ କରି ପାଣି ବାଲଟିରେ ନେଇ ଦେବା ଅଭ୍ୟାସ ବି କରିପାରିବେ । ଦିନ କେଇଟାରେ ସୁନ୍ଦରିଆ ବଗିଚାଟେ ହେବା ସହ ଆପଣଙ୍କ ଓଜନ ମଧ୍ୟ କମିଯିବ । ବାଲଟିରେ ପାଣି ନେଇ ଚଲାବୁଲା କଲେ ହାତ ଓ ପେଟ ଚର୍ବି ଶୀଘ୍ର କମ୍‌ ହୁଏ । 

    - ଅନ୍ୟ ଏକ କଥା ହେଉଛି, ଘର କାମ ନିଜେ କରନ୍ତୁ । ଓଳା, ପୋଛା ଏସବୁ କଲେ ଦିନ କେଇଟାରେ ଓଜନ କମିଯିବ । 

    Maximum 500 characters

    ବିଶେଷ View all

    Find Us on Facebook