Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପୁରୁଷଙ୍କୁ କରିବ ଫିଟ୍

    Share on :
    ajab-Image
    Date: Aug 3, 2022    Views: 2749

     ଭୁବନେଶ୍ୱର: ଆଜିକାଲି ମଣିଷ ନିଜର ଓଜନକୁ ନେଇ ବେଶ ଚିନ୍ତିତ ହୋଇପଡିଛି। ମୋଟାପଣ କମ୍ କରିବାକୁ ଅନେକ ପ୍ରକାର ଉପାୟ ଆପଣାଉଛି କିନ୍ତୁ ତାହା କାମ କରୁନାହିଁ। ଏମିତି ଲୋକ ନିଜର ଖାଇବା ପିଇବାକୁ ନେଇ ଟିକେ ସଜାଗ ରହିବା ଉଚିତ୍। ନିଜ ଖାଦ୍ୟରୁ ସେଇ ଜିନିଷ ଗୁଡ଼ିକୁ ଦୂରେଇ ଦେବା ଉଚିତ୍, ଯାହା ଶରୀରର ଓଜନ ବୃଦ୍ଧିରେ କାମ କରିଥାଏ । କାରଣ ଏଥିରେ ଥିବା ଫ୍ୟାଟ୍ ଓ କାର୍ବୋହାଇଡ୍ରେଟ୍ରୁ ଶରୀରକୁ ହଠାତ୍ ହାଇ କ୍ୟାଲୋରୀ ମିଳିଯାଏ । ଯାହାକୁ ବର୍ନ କରିବା ସହଜ ହୋଇନଥାଏ । ଆସନ୍ତୁ ଏବେ ଜାଣିବା ପୁରୁଷମାନେ ମୋଟାପଣରୁ ରକ୍ଷା ପାଇବା ପାଇଁ  ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ ।

    ପରୁଷଙ୍କ ଫିଟ ପାଇଁ ଖାଦ୍ୟ :
    ଦୁଗ୍ଧଜାତ ଖାଦ୍ୟ

    ପୁରୁଷମାନେ ନିଜ ଖାଦ୍ୟରେ ଦୁଗ୍ଧଜାତ ଜିନିଷ ଜରୁର ସାମିଲ କରନ୍ତୁ । ଦୁଧ ଓ ଦହିର ସେବନ କରିବା ପୁରୁଷଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । କାରଣ ଦୁଧ ଓ ଦହିରେ କ୍ୟାଲସିୟମ,ପ୍ରୋଟିନ ଓ ଲ୍ୟୁଟିନ ଭରପୁର ମାତ୍ରାରେ ରହିଥାଏ,ଯାହା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ଏହାଦ୍ୱାରା ପୁରୁଷଙ୍କ ମସଲ ବନାଇବାରେ ସାହାଯ୍ୟ କରିଥାଏ ।

    ଅଣ୍ଡା :

    ଅଣ୍ଡା ସେବନ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ଅଣ୍ଡାର ସେବନ କରିବା ପୁରୁଷଙ୍କ ପାଇଁ ବହୁତ ଫାଇଦ ଦାୟକ ହୋଇଥାଏ । କାରଣ ଅଣ୍ଡାରେ ବହୁତ ପୋଷକ ତତ୍ତ୍ୱ ରହିଥାଏ । ଯାହା ପୁରୁଷଙ୍କୁ ସ୍ୱାସ୍ଥ୍ୟବାନ ବନାଇ ରଖିବାରେ ସହାୟକ ହୋଇଥାଏ । ଏମିତିରେ ପ୍ରତିଦିନ ଗୋଟିଏ ଅଣ୍ଡା ସେବନ କରିବା ପୁରୁଷଙ୍କ ପାଇଁ ଲାଭଦାୟକ ହୋଇଥାଏ ।

    ଡ୍ରାଏ ଫ୍ରୁଟ୍ସ :

    ପୁରୁଷ ନିଜକୁ ସର୍ବଦା ସୁସ୍ଥ ବନାଇ ରଖିବା ପାଇଁ ନିଜର ଖାଦ୍ୟରେ ଡ୍ରାଏ ଫ୍ରୁଟ୍ସ ଓ ନଟ୍ସର ଜରୁର ସାମିଲ କରନ୍ତୁ । କାରଣ ଡ୍ରଏ ଫ୍ରୁଟ୍ସ ଓ ନଟ୍ସରେ ଶରୀରର ଫାଇବର ଓ ପ୍ରୋଟିନ ଓ ହେଲଦୀ ଫ୍ୟାଟ୍ସ ମିଳିଥାଏ । ଏହା କୋଲନ କ୍ୟାନ୍ସର ଆଶଙ୍କାକୁ କମାଇ ଥାଏ ।

    Maximum 500 characters

    ବିଶେଷ View all

    Find Us on Facebook