ମୁଖ୍ୟ ଖବର
ମାଛ ଖାଉଥିବା ଲୋକମାନଙ୍କ ତ୍ୱଚାରେ ଭିନ୍ନ ଏକ ଚମକ୍ ଦେଖିବାକୁ ମିଳିଥାଏ । କେବଳ ତ୍ୱଚା ନୁହେଁ, କେଶର ମଧ୍ୟ ଗୁଣବତ୍ତା ଉନ୍ନତମାନ ହୋଇଥାଏ । ଯେଉଁମାନେ ମାଛ ଖାଆନ୍ତି ନାହିଁ, ସେମାନେ ମଧ୍ୟ ଏହାର ଫାଇଦା ଉଠାଇପାରିବେ । ଏବେ ମାର୍କେଟରେ ମାଛ ତେଲ ମଧ୍ୟ ଉପଲବ୍ଧ । ଏହାର ବ୍ୟବହାର ଦ୍ୱାରା ମାଛ ଖାଉ ନଥିବା ନାରୀମାନଙ୍କ କେଶ ଓ ତ୍ୱଚାରେ ପ୍ରାୟ ପରିବର୍ତ୍ତନ ଆସିପାରିବ ।
ତ୍ୱଚାରେ ଚମକ୍
ମାଛ ତେଲରେ ବହୁ ମାତ୍ରାରେ ଓମେଗା-୩ ଫ୍ୟାଟି ଏସିଡ୍ ରହିଥାଏ, ଯାହା ଶରୀରରେ ପ୍ରାକୃତିକ ତେଲର ଉତ୍ପାଦନକୁ ବଢାଇଥାଏ । ଫଳରେ ଶରୀରରେ ବାହାର ତେଲ ଲଗାଇବାରେ ଆବଶ୍ୟକ ହୋଇ ନଥାଏ ବରଂ
ଏହି ତେଲ ଶରୀରକୁ ପୋଷକତତ୍ତ୍ୱ ଯୋଗାଇବା ସହ ତ୍ୱଚାକୁ ଯୁବସୁଲଭ ରଖିଥାଏ ।
ବୟସକୁ ବାନ୍ଧି ରଖେ ମାଛ ତେଲରେ ଥିବା ଇପିଏ ଆଣ୍ଟିଅକ୍ସିଡାଣ୍ଟର ଏକ ଖଣି, ଯାହା ତ୍ୱଚାକୁ ଫ୍ରି ରେଡିକଲ୍ସରୁ ରକ୍ଷା କରିଥାଏ । ଫଳରେ ରକ୍ତ ସଞ୍ଚାଳନ ଠିକ୍ ହେବା ସହ ବୟସ ବଢୁଥିବା ପ୍ରକ୍ରିୟାକୁ ମନ୍ଥର କରିଥାଏ । ଏହି ତେଲ ବ୍ୟବହାର ଦ୍ୱାରା ତ୍ୱଚାର ନମନୀୟତା ବଜାୟ ରହେ । ଏହା କେଲେଜେନ୍ ଫାଇବରର ଉତ୍ପାଦନକୁ ବଢାଇଥାଏ, ଯାହା ତ୍ୱଚାର ଇଲାଷ୍ଟିସିଟି ବଢାଇବାରେ ଦାୟୀ ।
ସୋରିଆସିସ୍ ଓ କୁଣ୍ଡିଆରୁ ରକ୍ଷା କରେ ଯଦି କାହାର ସୋରିଆସିସ୍ ଓ କୁଣ୍ଡିଆଜନିତ ସମସ୍ୟା ରହିଥାଏ । ତେବେ ସେ ତୁରନ୍ତ ମାଛ ତେଳ ଖାଇବା ଆରମ୍ଭ କରି ଦେବା ଦରକାର । ଏହି ତେଲରେ ଥିବା ଓମେଗା ୩ ଫ୍ୟାଟି ଏସିଡ୍ ଓ ଆଣ୍ଟି ଇନ୍ଫ୍ଲାମେଟୋରୀ ଗୁଣ ବିଭିନ୍ନ ତ୍ୱଚା ସମସ୍ୟା ପାଇଁ ବେଶ୍ ଲାଭଦାୟକ । ବ୍ଲାକ୍ ହେଡ୍ସ ଦୂର କରେ ତ୍ୱଚାରେ ଦେଖାଦେଉଥିବା ବ୍ଲାକ୍ହେଡ୍ସକୁ ଦୂର କରେ ମାଛ ତେଲ ।
Comments ସମସ୍ତ ମତାମତ