ମୁଖ୍ୟ ଖବର
ପାରାଦୀପ : ପାରାଦୀପ କପିଳଯୋର କ୍ରିକ୍ ରେ ମାଛ ମଡକ। ପାଣିରେ ଭାସୁଛନ୍ତି ପୁଳା ପୁଳା ମଲା ମାଛ। ଆହୁରି ବହୁତ ମାଛ ପାଣି ଭିତରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। ମାଛ ମଡକର କାରଣ କଣ ତାହା କିନ୍ତୁ ଜଣା ପଡିନାହିଁ।
ତେବେ ଶିଳ୍ପ ନିର୍ଗତ ରାସାୟନିକ ପଦାର୍ଥ କ୍ରିକ୍ ରେ ମିଶିବା କାରଣରୁ ହେଉ କିମ୍ବା ଜୈବିକ ପଦାର୍ଥର ପରିମାଣ ଜଳରେ ବୃଦ୍ଧି ପାଇବାରୁ 'ଦ୍ରବିତ ଅମ୍ଳଜାନ' ହଠାତ୍ କମିଯାଇ ମାଛ ମଡକ ହୋଇଥାଇ ପାରେ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାରାଦୀପ ଆଞ୍ଚଳିକ ଅଧିକାରୀ ସନ୍ଦେହ କରିଛନ୍ତି। ଆଉ କିଛି ସମୟ ପରେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ପରେ ସ୍ପଷ୍ଟ କାରଣ ସମ୍ପର୍କରେ କହିପାରିବେ ବୋଲି ସୂଚନା ଦେଇଛନ୍ତି।
Comments ସମସ୍ତ ମତାମତ