Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ମୁହାଁମୁହିଁ ହେବେ ପାକିସ୍ତାନ-ନ୍ୟୁଜିଲ୍ୟାଣ୍ଡ

    Share on :
    ajab-Image
    Date: Nov 9, 2022    Views: 4203

    ସିଡ୍‌ନୀ: ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଚଳିତ ଟି-୨୦ ବିଶ୍ୱକପର ପ୍ରଥମ ସେମି ଫାଇନାଲ ଲଢ଼େଇ। ଗୋଟିଏ ପଟେ ପାକିସ୍ତାନ ଥିବା ବେଳେ ଅନ୍ୟପଟେ ରହିଛି ନ୍ୟୁଜିଲ୍ୟାଣ୍ଡ। ଭାରତୀୟ ସମୟ ଦିନ ୧.୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଏଥିପାଇଁ ପାଇଁ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ ପ୍ରସ୍ତୁତ ହୋଇ ରହିଛି।

    ନ୍ୟୁଜିଲ୍ୟାଣ୍ଡ ସୁପର ୧୨ର ଗ୍ରୁପ ୧ରୁ ନମ୍ବର ୱାନ ଦଳ ଭାବେ ସେମିକୁ ପ୍ରବେଶ କରିଥିବା ବେଳେ ପାକିସ୍ତାନ ଗ୍ରୁପ ୨ରୁ ଦ୍ୱିତୀୟ ଦଳ ଭାବେ ସେମି ଟିକେଟ ହାସଲ କରିଥିଲା। ନ୍ୟୁଜିଲ୍ୟାଣ୍ଡ ଅପେକ୍ଷା ପାକିସ୍ତାନର ସେମି ଫାଇନାଲ ରାସ୍ତା ଅତ୍ୟନ୍ତ କଠିନ ଥିଲା। ଗ୍ରୁପ ପର୍ୟ୍ୟାୟର ଶେଷ ଦିନ ଯାଏ ବାବର ଆଜମଙ୍କ ଟିମ ସେମିକୁ ଯିବ କି ନାହିଁ ତା’କୁ ନେଇ ସସପେନ୍ସ ଲାଗି ରହିଥିଲା।

    ନେଦରଲ୍ୟାଣ୍ଡ୍ସ ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଅପ୍ରତ୍ୟାଶିତ ଭାବେ ପରାସ୍ତ କରିବାରୁ ପାକିସ୍ତାନ ପାଇଁ ସେମି ଫାଇନାଲ ଯିବାକୁ ବାଟ ଫିଟିଥିଲା। ଏହି ସୁଯୋଗକୁ ବାବର ଆଣ୍ଡ କୋ ହାତ ଛଡ଼ା କରି ନଥିଲେ। ଶେଷ ମ୍ୟାଚ୍‌ରେ ବାଂଲାଦେଶକୁ ବେଶ ସହଜରେ ହରାଇ ପାକିସ୍ତାନ ସେମି ଫାଇନାଲ ଟିକେଟ ହାତେଇଛି।

    ଗ୍ରୁପ ପର୍ୟ୍ୟାୟରେ ପାକିସ୍ତାନ ପ୍ରଥମେ ଭାରତ ଓ ପରେ ଜିମ୍ବାୱେ ଠାରୁ ଅପ୍ରତ୍ୟାଶିତ ଭାବେ ୧ ରନରେ ହାରି ଯାଇଥିଲା। ଏହି କାରଣରୁ ଦଳ ସେମି ଦୌଡ଼ରୁ ବାଦ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ପାକିସ୍ତାନ କ୍ରମାଗତ ୩ଟି ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍ସ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ହରାଇଥିଲା।

    ୧୯୯୨ରେ ପାକିସ୍ତାନ ଦିନିକିଆ ବିଶ୍ୱକପ ଜିତିଥିବା ବେଳେ ଦଳ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ସେତେବେଳେ ଇମ୍ରାନ ଖାନଙ୍କ ଦଳ ଲିଗ୍‌ ପର୍ୟ୍ୟାୟରେ କ୍ରମାଗତ ୩ଟି ମ୍ୟାଚ୍‌ ଜିତି ସେମି ଟିକେଟ ପାଇଥିଲା। ସେମିରେ ମଧ୍ୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ଭେଟିଥିଲା। ଏହି ମ୍ୟାଚ୍‌ରେ ଦଳ ବିଜୟୀ ହୋଇ ଫାଇନାଲକୁ ଯାଇଥିଲା। ଶେଷରେ ଟ୍ରଫି ମଧ୍ୟ ହାତେଇଥିଲା। ୨୦୦୭ ଟି-୨୦ ବିଶ୍ୱକପ ସେମିରେ ମଧ୍ୟ ନ୍ୟୁଜିଲ୍ୟାଣ୍ଡକୁ ହରାଇ ପାକିସ୍ତାନ ସେମିକୁ ଯାଇଥିଲା।

    ତେଣୁ ୨୦୨୨ ଟି-୨୦ ବିଶ୍ୱକପରେ ଦଳ ସମାନ ଇତିହାସର ପୁନରାବୃତ୍ତି ଲକ୍ଷ୍ୟରେ ରହିଛି। ଦଳ ସୁପର ୧୨ରେ ପାଇଥିବା ଝଟକାକୁ ଭୁଲି ଏବେ ଆଗକୁ ବଢ଼ିଛି। ଉଭୟ ବୋଲିଂ ଓ ବ୍ୟାଟିଂରେ ଦଳର ଖେଳାଳିମାନେ ଲୟକୁ ଫେରିଛନ୍ତି। କେବଳ ମହମ୍ମଦ ରିଜୱାନ ଓ ବାବର ଆଜମ ଏଯାଏ ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି।

    ଅନ୍ୟପକ୍ଷରେ ଏଯାଏ କୌଣସି ବିଶ୍ୱକପ ଜିତିବାକୁ ସକ୍ଷମ ହୋଇ ନଥିବା ନ୍ୟୁଜିଲ୍ୟାଣ୍ଡ ଏଥିର ଇତିହାସ ବଦଳାଇବା ଲକ୍ଷ୍ୟରେ ରହିଛି।  ଏଯାଏ ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ୨୮ ଥର ଟି-୨୦ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି। ଏହା ମଧ୍ୟରୁ ପାକିସ୍ତାନ ୧୭ଟିରେ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୧୧ଟି ମ୍ୟାଚ୍‌ରେ ବାଜିତମାତ କରିଛି। ଟି-୨୦ ବିଶ୍ୱକପ କଥା ଦେଖିଲେ ପାକିସ୍ତାନ ୪ଟି ମ୍ୟାଚ୍‌ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୨ଥର ଜିତିଛି।

    Maximum 500 characters

    ଖେଳ ଖବର View all

    Find Us on Facebook