Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପହିଲି ପ୍ରେମର ପ୍ରଥମ ଦେଖାରେ କ’ଣ ଭାବେ ପ୍ରେମିକା?

    Share on :
    ajab-Image
    Date: Aug 4, 2022    Views: 2637

    ଭୁବନେଶ୍ୱର: କୁହାଯାଏ, ପ୍ରେମ ହେଉଛି ଅମର । କେବେ, କାହାକୁ ଓ କେତେବେଳେ ପ୍ରେମ ହେବ ତାହାର କିଛି ଠିକଣା ନଥାଏ । ପ୍ରେମ ଦେଖେନି ସ୍ଥାନ, କାଳ, ପାତ୍ର । ପହିଲି ପ୍ରେମର ପ୍ରଥମ ଦେଖା ପ୍ରେମିକାପ୍ରେମିକଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। କାରଣ ପ୍ରଥମ ଦେଖାରେ ମନକୁ ଯେଉଁ ଭାବନା ଆସିଥାଏ ତାହା ସବୁଦିନ ପାଇଁ ମନରେ ରହିଯାଏ। ତେବେ ଏହି ପ୍ରଥମ ଦେଖାରେ ଝିଅମାନେ ପୁଅଙ୍କଠାରେ ଗେଉଁ ଗୁଣ ଦେଖିଥାନ୍ତି, ଜାଣନ୍ତୁ ସେ ସମ୍ପର୍କରେ ..

    ଝିଅମାନେ ପୁଅଙ୍କ ଧନ ସମ୍ପତ୍ତି ପରିବର୍ତ୍ତେ ଆତ୍ମବିଶ୍ୱାସକୁ ପରଖିଥାନ୍ତି। କାରଣ ସେମାନେ ଜାଣିଥାନ୍ତି କୌଣସି ଅସୁବିଧା ସମୟରେ ଏହି ଆତ୍ମବିଶ୍ୱାସହିଁ ଜଣଙ୍କୁ ବିପଦରୁ ବାହାର କରିଥାଏ।

    ପୁଅଙ୍କ ବ୍ୟକ୍ତିଗତ ସ୍ବଭାବ ଝିଅମାନେ ଦେଖିଥାନ୍ତି। ଯେପରିକି ପୋଷାକ ପରିଧାନ, କେଶବିନ୍ୟାସ ଆଦି।

    ଅନେକ ସମୟରେ ପ୍ରଥମ ସାକ୍ଷାତରେ ଝିଅମାନେ ପୁଅଙ୍କ ଚାରିତ୍ରିକ ଗୁଣକୁ ମଧ୍ୟ ଦେଖିଥାନ୍ତି। ପ୍ରଥମ ଦେଖାରେ ଯଦିଓ ଏହା ଜାଣିବା ସମ୍ଭବ ହୋଇ ନ ଥାଏ, ମାତ୍ର ଚାହାଣିରୁ କିଛିଟା ବାରିହୋଇଥାଏ।

    ପୁଅଟି କେତେ ବୁଝିବାର, ବ୍ୟବହାରିକ ଗୁଣର ହୋଇଥାନ୍ତି ତାହାକୁ ଝିଅମାନେ ପରଖିଥାନ୍ତି। କାରଣ ମନକୁ ବୁଝୁଥିବା ପୁଅ ଝିଅଙ୍କ ପ୍ରଥମ ପସନ୍ଦ ହୋଇଥାନ୍ତି।

    Maximum 500 characters

    ବିଶେଷ View all

    Find Us on Facebook