ମୁଖ୍ୟ ଖବର
ଭୁବନେଶ୍ୱର: ଭୁବନେଶ୍ଵର ୟୁନିଟ-୨ ମାର୍କେଟ ବିଲ୍ଡିଂରେ ଅଗ୍ନିକାଣ୍ଡ। ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ କର୍ମଚାରୀ। ଭୁବନେଶ୍ଵର ଦମକଳ କେନ୍ଦ୍ର କର୍ମଚାରୀ ନିଆଁ ଲିଭା କାମରେ ସାମିଲ ଥିଲେ ।
ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ମାର୍କେଟ ବିଲ୍ଡିଂରେ ହଠାତ୍ ଅଗ୍ନିକାଣ୍ଡ ଲାଗିଥିଲା । ଯାହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କେମିତି ଏହି ନିଆଁ ଲାଗିଲା ତାହା ଜଣାପଡିନାହିଁ । ଅଗ୍ନିକାଣ୍ଡରେ ବିଶେଷ କିଛି କ୍ଷୟକ୍ଷତି ଘଟିନଥିବା ଜଣାପଡିଛି ।
Comments ସମସ୍ତ ମତାମତ