Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭୟାବହ ଅଗ୍ନିକାଣ୍ଡ; ଗୋଟିଏ ପରିବାରର ୭ ଜୀବନ୍ତ ଦଗ୍ଧ

    Share on :
    ajab-Image
    Date: Apr 3, 2024    Views: 3798

    ମୁମ୍ବାଇ: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଠାରେ ଥିବା ଏକ କପଡା ଦୋକାନରେ ନିଆଁ ଲାଗିଯିବାରୁ ଗୋଟିଏ ପରିବାରର ୭ ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଅଛନ୍ତି । ଆଜି  ଭୋର୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି । ଯାହା ସୂଚନା ମିଳିଛି, ଗୋଟିଏ ତିନି ମହଲା ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ସେହି କପଡା ଦୋକାନ ଥିଲା । ଉପର ମହଲାରେ ମାଲିକ ଓ କିଛି ଭଡାଟିଆ ରହୁଥିଲେ । କୌଣସି କାରଣରୁ ଦୋକାନରେ ନିଆଁ ଲାଗିଯିବାରୁ ଏହା ଚାରିଆଡକୁ ବ୍ୟାପି ଯାଇଥିଲା । ଉପର ମହଲାରେ ଥିବା ଲୋକମାନେ ତଳକୁ ଆସି ପାରିନଥିଲେ । ବିଲ୍ଡିଂ ଭିତରୁ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।
    ସୂଚନା ମୁତାବକ, ଆଜି ଭୋର୍ ପ୍ରାୟ ୩ଟା ସମୟରେ ୩ ମହଲା ବିଶିଷ୍ଟ ଉକ୍ତ ବିଲ୍ଡିଂରେ ଥିବା କପଡା ଦୋକାନରେ ଅଚାନକ ନିଆଁ ଲାଗିଯାଇଥିଲା । ବିଲ୍ଡିଂରେ ରହୁଥିବା ଲୋକେ ଶୋଇଥିବାରୁ ହଠାତ୍ ନିଆଁ ଭିତରୁ ବାହାରି ପାରିନଥିଲେ । ଯେଉଁ କାରଣରୁ ୨ ଛୋଟ ପିଲାଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣା ସମ୍ପର୍କରେ ଏ ଯାଏଁ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ଅଗ୍ନିଶମ ବାହାନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook